ଚାଷୀ ଓ ଶ୍ରମିକମାନଙ୍କୁ ଛତା ବାଣ୍ଟିଲା ତିହିଡି ଯୁବମଞ୍ଚ | କଟକ (ଉତ୍କଳ ନ୍ୟୁଜ ) ୧୯-୦୮-୨୦୨୩ : ଅଗ୍ରଣୀ ସାମାଜିକ ସଂଗଠନ "ତିହିଡି ଯୁବମଞ୍ଚ" ପକ୍ଷରୁ ତିହିଡି ସଂଗୀତ ମହାବିଦ୍ୟାଳୟ ପରିସରରେ ଖରା ଓ ବର୍ଷାରୁ ନିଜକୁ ସୁରକ୍ଷ

21

କଟକ (ଉତ୍କଳ ନ୍ୟୁଜ ) ୧୯-୦୮-୨୦୨୩ : ଅଗ୍ରଣୀ ସାମାଜିକ ସଂଗଠନ "ତିହିଡି ଯୁବମଞ୍ଚ" ପକ୍ଷରୁ ତିହିଡି ସଂଗୀତ ମହାବିଦ୍ୟାଳୟ ପରିସରରେ ଖରା ଓ ବର୍ଷାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆର୍ଥିକ ଅନଗ୍ରସର କୃଷକ ଓ ଶ୍ରମିକ ମାନଙ୍କୁ ସଂଗଠନ ପକ୍ଷରୁ ଛତା ବଣ୍ଟନ କରାଯାଇଥିଲା l ସଂଗଠନର ଉପଦେଷ୍ଟା ସଚିକାନ୍ତ ନାୟକଙ୍କ ସଂଚାଳନ ଓ ସୋସିଆଲ ମିଡ଼ିଆ ସଂଯୋଜକ ନିରଂଜନ ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ଛତା ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୋମନାଥ ପାଢ଼ୀ, କଳିଙ୍ଗ କଳାକାର ସଂଘ ସଭାପତି ସାମ୍ୱାଦିକ ବିଭୂତି ଭୁଷଣ ଗ୍ରହାଚାର୍ଯ୍ୟ, ସାମ୍ୱାଦିକ ପ୍ରଭାତ କୁମାର ରାଉଳ, ଉପସଭାପତି ପ୍ରିୟବ୍ରତ ପାଢ଼ୀ, ସମାଜସେବୀ ମନୋଜ ସେନାପତି, ସାଂସ୍କୃତିକ ସଂଯୋଜକ ନୀଳମାଧବ ସେନାପତି ପ୍ରମୁଖ ମଞ୍ଚାସିନ ଥିଲେ । ସଭାପତି କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସଦସ୍ୟ ସାକିରୁଦିନ ଖାଁ, ଦିଲୀପ ପତି, ଅଲେଖ ବଳ, ରେଣୁବାଳା ନାଥ, ସତ୍ୟବାଦୀ କୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ୯୬ ଜଣ ଚାଷୀ ଓ ଶ୍ରମିକଙ୍କୁ ଛତା ବଣ୍ଟନ କରାଯାଇଥିଲା। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।