ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ।

189

ଖୋର୍ଦ୍ଧା ଜିଲ୍ଲାରେ ରଜ ରେ ଫୁଟିଲା ଗୁଳି। ଗୁଳିମାଡରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି।ମୃତ ଯୁବକ ଜଣଙ୍କ ଦଧିମାଛଗାଡିଆ ଗ୍ରାମର ଲାଲା ପ୍ରଧାନ।ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆ ର ବଡ ଶବର ସାହିରେ ଘଟିଛି ଘଟଣା।ବ୍ୟବସାୟୀ କ ଶତୃତାରୁ ଗୁଳିମାଡ।ଦୁଇ ଜଣ ଯୁବକ ମଟର ସାଇକେଲରେ ଆସି ଲାଲା ଉପରକୁ ୫ରାଉଣ୍ଡ ଗୁଳିମାଡ଼ କରିଥିଲେ।ଲାଲାର ପେଟରେ ଗୋଟିଏ ଗୁଳି ଓ ମୁଣ୍ଡରେ ଦୁଇଟି ଗୁଳି ବାଜିଥିବା ଜଣାପଡିଛି।ଗୁଳିମାଡ ପରେ ଲାଲାର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଗୁଳିର ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛି ।ଲାଲାର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଲାଗିରହିଛି। ଖୋର୍ଦ୍ଧା ରୁ ସୁଧୀର କୁମାର ବେହେରା ଙ୍କ ରିପୋର୍ଟ ଉତ୍କଳ ନିଉଜ଼ |