ଜୁନାଗଡ଼ ରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ।

33

କଟକ(ଉତ୍କଳ ନ୍ୟୁଜ)୦୭/୦୮/୨୦୨୩ : ଜୁନାଗଡ଼ ଠାରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ସମ୍ପୂର୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା। ଆଦିବାସୀ ଏକତା ପରିଷଦ ସଦସ୍ୟ ଓ ଭାରତ ବନ୍ଦ କୁ ସମର୍ଥନ ଜଣାଇ ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ମିଳିତଭାବେ ଏହି ବନ୍ଦ ପାଳନ କରାଯାଇ ଥିଲା।ଆଦିବାସୀ ନେତା ଶ୍ରୀବଚ୍ଛ ଜାନୀ ,ହୃଦାନନ୍ଦ ମାଝୀ ଓ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ ଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ସକାଳୁ ପିକେଟିଂ କରାଯାଇ ଦୋକାନ ବଜାର ବନ୍ଦ ପାଇଁ ଅନୁରୋଧ କରିଥିଲେ।ଏହାପରେ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ ହାତୀନଦୀ ପୋଲ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ।ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ବନ୍ଦ ଡାକରାକୁ ସମ୍ପୂର୍ଣ୍ଣ ସମର୍ଥନ ସହ ୟୁସିସିକୁ ବିରୋଧ ସହ ମଣିପୁରରେ ମହିଳା ଅତ୍ୟାଚାରକୁ ସମ୍ପୂର୍ଣ ବିରୋଧ କରି ନାରବାଜି ଦିଆଯାଇଥିଲା।ବନ୍ଦ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା।ଫଳରେ ଯାତ୍ରୀମାନେ କିଛିସମୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ସହରର ଦୋକାନ ବଜାର, ବ୍ୟାଙ୍କ ସ୍କୁଲ କଲେଜ ବନ୍ଦ ରହିଥିଲା।ଏହି ବନ୍ଦ ପାଳନରେ ସଂଗ୍ରାମ ସମିତିର ନରେନ୍ଦ୍ର ଖିତି, ସୁଶାନ୍ତ ନାଏକ,ଚିତ୍ତରଞ୍ଜନ ନିଆଲ, ମିନୁ କନ୍ଦପାନ,ନିଲୁ ମାଝୀ, ଧରଣୀ ଭୋଇ, ଶରତ ଶବର, ଅଞ୍ଜନ ଖିତି,ଶିବ ମହାନନ୍ଦ,ରିଷୀ ଖିତି ପ୍ରମୁଖ ସାମିଲ ହୋଇଥିଲେ | କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |