ବଜ୍ରାଘାତରେ ମହିଳା ମୃତ |

315

କଟକ (ଉତ୍କଳ ନ୍ୟୁଜ ) ୩୧-୦୭-୨୦୨୩ : ବଜ୍ରାଘାତରେ ମହିଳା ମୃତ । ମୃତା ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ତଳକାଁପଡା ଗ୍ରାମର ମଧୁସୂଦନ ମଳିକଙ୍କ ସ୍ତ୍ରୀ ଜେମାମଣି ମଳିକ(୬୦) ବୋଲି ଜଣା ପଡିଛି । ଜେମାମଣି ବିଲରେ କାମ କରୁଥିବା ବେଳେ ସୋମବାର ଦିବା ପ୍ରାୟ୩.୩୦ ଘଟିକା ସମୟରେ ବଜ୍ରାଘାତ ହୋଇଥିଲା । ମୂମୁର୍ଷ ଅବସ୍ଥାରେ ଜେମାମଣିଙ୍କୁ ବିଲରୁ ଆଣି ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଜେମାମଣିଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ  ।