ଡ଼ାକ୍ତର ବିଷ୍ଣୁ ପ୍ରସାଦ ସାହୁ ଓଡ଼ିଶା ପ୍ରଶାସିନକ ସେବାରେ ହେଲେ କୃତକାର୍ଯ୍ୟ |

482

କଟକ ( ଉତ୍କଳ ନ୍ୟୁଜ ) ୩୧-୦୭-୨୦୨୩ : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ରାଜ୍ୟରେ ୮୪ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ବିଷ୍ଣୁପ୍ରସାଦ ସାହୁ । ଶ୍ରୀ ସାହୁ ୨୦୧୮ରୁ ଚାନ୍ଦବାଲି ମେଡ଼ିକାଲ ଡ଼ାକ୍ତର ସେବାରେ କାର୍ଯ୍ୟ କରିବା ସହିତ ଏକ ବର୍ଷ ହେଲା ମେଡ଼ିକାଲ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ରୋଗୀ ସେବା କ୍ଷେତ୍ରରେ ଯେମିତି ଜଣେ ସଫଳ ଡ଼ାକ୍ତର ଭାବେ ଚାନ୍ଦବାଲି ଅଂଚଳରେ ଜଣାଶୁଣା ଥିଲେ ଠିକ ସେହିପରି ପ୍ରଶାସିନକ ସେବା କ୍ଷେତ୍ରରେ ମଧ୍ୟ ଭଲ କାର୍ଯ୍ୟ କାରିବେ ବୋଲି ଜଣାଇଛନ୍ତି । ଶ୍ରୀ ସାହୁଙ୍କ ନିଜସ୍ଵ ଘର ହେଉଛି ଚାନ୍ଦବାଲି ବ୍ଲକ ନଳଗୋହିରା ପଂଚାୟତ ଅନ୍ତର୍ଗତ ଗୈରାଦେଇପୁର ଗାଁରେ। ବ୍ରଜବନ୍ଧୁ ସାହୁ ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁତ୍ର ଅଟନ୍ତି ଏବଂ ରାଜ୍ୟ ଖାଉଟି ସେବା ସମବାୟ ସଭାପତି ପ୍ରତାପ ଧଳଙ୍କ ନାତି ଅଟନ୍ତି । ଶ୍ରୀ ସାହୁ ପ୍ରଶାସିନକ ସେବାରେ କୃତକାର୍ଯ୍ୟ ହେବା ପରେ ଏବେ ସବୁ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।