ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ |

226

କଟକ (ଉତ୍କଳ ନ୍ୟୁଜ ) ୨୯-୦୭-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଦୋଳସାହି ପଞ୍ଚାୟତ ରାଢ଼ଙ୍ଗ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶଶଧର ସେନାପତିଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ନିଜ ଗ୍ରାମ ତଥା ଆଖପାଖ ଗ୍ରାମରେ ସେ ସମସ୍ତଙ୍କର ଆଦରଣୀୟ ଥିଲେ । ତାଙ୍କ ମୃତ୍ୟୁ ଖବର ମିଳିବା ପରେ ବହୁ ଲୋକ ତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କ ମୃତ ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ପରିକ୍ରମା କରା ଯାଇଥିଲା। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ସମାଜସେବୀ ତାରକାନ୍ତ ମହାପାତ୍ର, ଦୋଳସାହି ସରପଞ୍ଚ ଗୌରହରି ଜେନା, ପୂର୍ବତନ ସରପଞ୍ଚ ମିନତୀ ଦାସ, ମଣ୍ଟୁ ଜେନା, ଶିକ୍ଷକ ବାବୁ ବିଶ୍ୱାଳ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।