ଆଠଗଡ ମେଡିକାଲ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ |

171

କଟକ (ଉତ୍କଳ ନ୍ୟୁଜ ) ୨୮-୦୭-୨୦୨୩ : ୫ଟି ରୂପାନ୍ତିକରଣ ଯୋଜନାରେ ଆଠଗଡ ଉପଖଣ୍ଡ ଡ଼ାକ୍ତରଖାନାକୁ ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର।ମୋ ଡାକ୍ତରଖାନା ଯୋଜନାରେ ନାମିତ ଏହି ପ୍ରକଳ୍ପ ପାଇଁ ସରକାର ୩ କୋଟି ୨୩ ଲକ୍ଷ୬୯ ହଜାର ୯୮୫ଟଙ୍କା ମଞ୍ଜୁର କରିଛନ୍ତି। ଆଜି ଆଠଗଡ ବିଧାୟକ ତଥା ମାନ୍ୟବର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି । ଏହି ଭୂମିପୂଜନ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡାକ୍ତର ମକରନ୍ଦ ବେହେରା, ସମ୍ମାନିତ ଅତିଥି, ଆଠଗଡ ଉପଖଣ୍ଡ ଡାକ୍ତରଖାନା ର ଅଧ୍ୟକ୍ଷ ଡାକ୍ତର ବିଜୟ କୁମାର ମିଶ୍ର,ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗର ଚାରବାଟିଆ। ଅଧିକ୍ଷଣ ଯନ୍ତ୍ରୀ ଅଜିତ ରାୟ ଓ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ବି.ସୁଭ୍ରସଙ୍କର ଜ୍ୟୋତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ସସ୍ମିତା ରାଉତ ଉତ୍ସବ ରେ ପୌରହିତ୍ୟ କରିଥିଲେ।ପ୍ରଥମ ଶ୍ରେଣୀ ଠିକାଦାର ପ୍ରଦୀପ କିଶୋର ସ୍ବାଇଁ ଏହି ପ୍ରକଳ୍ପ ର ନିର୍ମାଣ ଦାୟିତ୍ବରେ ଅଛନ୍ତି । ସେ ନିର୍ଦ୍ଧାରିତ ସମୟ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ଶେଷ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ରୂପାନ୍ତି କରଣ କାର୍ଯ୍ୟ କ୍ରମରେ ପୁରୁଣା କୋଠା ଗୁଡ଼ିକୁ ମରାମତି,ଶୌଚାଳୟ ଗୁଡ଼ିକର ପୁନରୁଦ୍ଧାର,ମୁଖ୍ୟ ଫାଟକ ନିର୍ମାଣ,ରମ୍ପ ଓ ରେଳିଂ,ଚତୃପର୍ଶ୍ଵ ପାଚେରୀ ନିର୍ମାଣ,ଡାକ୍ତରଖାନା ପରିସରରେ ଥିବା ରାସ୍ତା ର ମରାମତି ଓ ନୂତନ ରାସ୍ତା ନିର୍ମାଣ,ପାର୍କିଂ ସେଡ ,ଆଣ୍ଟଏଣ୍ଡଆଣ୍ଟ ବିଶ୍ରାମ ଗୃହ ନିର୍ମାଣ,ମୁଖ୍ୟ ରାସ୍ତା ସହ ଡାକ୍ତରଖାନା କୁ ଯାତାୟାତ କରିବାକୁ ରାସ୍ତା ନିର୍ମାଣ,ଡାକ୍ତରଖାନା ଚତୃପାର୍ଶ୍ଵ ଯାଗା ର ଉନ୍ନତିକରଣ,ପୁରୁଣା ବିଦ୍ୟୁତ୍ ଉପକରଣ ଗୁଡିକୁ ପରିବର୍ତ୍ତନ କରି ନୂଆ ଉପକରଣ ସ୍ଥାପନ,ପୁରୁଣା ଜଳଯୋଗାଣ ପାଇପ୍ ଗୁଡ଼ିକ ବଦଳରେ ନୂଆ ପାଇପ୍ ସ୍ଥାପନ, ସୌର ବତି ଲଗାଇବା, ୨୪ ଘଣ୍ଟିଆ ଥଣ୍ଡା ଓ ଗରମ ପାଣି ଯୋଗାଣ ବ୍ୟବସ୍ଥା,୨୪ ଘଣ୍ଟିଆ ନିରବିଛିନ ବିଜୁଳି ଯୋଗାଣ ପାଇଁ ବ୍ୟବସ୍ଥା, ସିସି ଟିଭି ବ୍ୟବସ୍ଥା,ଡିଜିଟାଲ ଡିସପ୍ଲେ ବୋର୍ଡ,ଡାକ୍ତରଖାନା ପରିସରକୁ ଆଲୋକି କରଣ କାର୍ଯ୍ୟ ଓ ୧୦୦ କେଭିଏ ଡିଜି ସ୍ଥାପନ ଇତ୍ୟାଦି କାର୍ଯ୍ୟ କରାଯିବାର ଅଟକଳ ରହିଥିବାର ରାସ୍ତା ଓ କୋଠାବାଡ଼ି ଚାରବାଟିଆ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ଅଜିତ ରାୟ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ପରିଷଦ,ରାସ୍ତା କୋଠାବାଡ଼ି ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଦିନେଶ ଚନ୍ଦ୍ର ସାହୁ ଓ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରା ଉପସ୍ଥିତ ଥିଲେ। ଆଠଗଡ ରୁ ଦିଲୀପ କୁମାର ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |