ପ୍ରିୟ ଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |

276

କଟକ (ଉତ୍କଳ ନ୍ୟୁଜ) ୨୧-୦୭-୨୦୨୩ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବାସଂସ୍ଥା ଓ ଯୁବ ରେଡ୍କ୍ରସ ୟୁନିଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବନପାଳ ଶ୍ରୀ ସୀମାଞ୍ଚଳ ମିଶ୍ର ଯୋଗ ଦେଇଥିଲେ ଏବଂ ବୃକ୍ଷ ରୋପଣ ର ମହତ୍ତ୍ୱ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ l ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର, ପ୍ରାଧ୍ୟାପକ ସରୋଜ ଠାକୁର, ଦେବେନ୍ଦ୍ର ବେହେରା, ସାଗରିକା ଦାସ, ଆଦିତ୍ୟ ଖମାରୀ, ନେଟ୍ରେନନ୍ଦ ପ୍ରଧାନ, ସମୀର କୁମାର ସାହୁ, ଯସ୍ମୀନ ବନିତା, ପୂର୍ଣ୍ଣମlସି ମାଝୀ, ସ୍ୱପ୍ନା ପ୍ରଧାନ, ଅମିତା ମେହେର ପ୍ରମୁଖ ବୃକ୍ଷ ରୋପଣ କରିଥିଲେ l ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସୁବାସିସ ପାଣିଗ୍ରାହୀ ଓ ଯୁବ ରେଡ୍କ୍ରସ ମରାମର୍ସ ଦାତା ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା ଓ ପ୍ରିୟବ୍ରତ ବାଣୁଆ ଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବନ ବିଭାଗର ରଜନୀକାନ୍ତ ମେହେର, କ୍ଷୀରୋଦ ଧଙ୍ଗଡ଼ାମାଝୀ ,ତାପସ୍ୱିନୀ ନାଏ ପ୍ରମୁଖ ସହଯୋଗ କରିଥିଲେ l ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ୧୦୦ଗୋଟି ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ | କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ