ସୁନା ଦୋକାନ ରୁ ଚୋରୀ ଅଭିଯୋଗ।

60

କଟକ (ଉତ୍କଳ ନ୍ୟୁଜ) ୨୦-୦୭-୨୦୨୩ : କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ର ରଞ୍ଜନ କୁମାର ସାହୁ ଙ୍କ କଲମ ପୁର ଛକ ରେ ଥିବା କାଞ୍ଚନ ଜୁଏଲାରୀ ଗହଣା ଦୋକାନ ରୁ ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏହି ଗହଣା ଦୋକାନ ରେ ଦୁର୍ବୁତ୍ତ ମାନେ ରାତ୍ର ରେ ଦୋକାନ ରେ ପଶି ୭୦ ଗ୍ରାମ ସୁନା ଓ ୩.୫ କେଜି ରୂପା ଚୋରୀ ହୋଇଥିବା ଜଣାପଡ଼ିଥିଲା l ଏହି ସଂକ୍ରାନ୍ତ ରେ ଦୋକାନ ମାଲିକ ଜୁନାଗଡ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଜୁନାଗଡ ପୋଲିସ ଏ ସଂକ୍ରାନ୍ତରେ ଏକ ମାମାଲା ରୁଜୁ କରି ତଦନ୍ତ ଚଳାଇଛି l ସୂଚନା ଯୋଗ୍ୟ ଯେ ଜୁନାଗଡ ସହର ରେ ଚୋରୀ ଉପଦ୍ରବ ବୃଦ୍ଧି ପାଇଛି l କମ୍ ଦିନ ମଧ୍ୟରେ ବାଇକ୍ ଚୋରୀ ଏବ୍ଂ ବିଭିନ୍ନ ସ୍ତlନ ରେ ଟଙ୍କା ପଇସା ଲୁଟ ପାଟ ହେବା ଘଟଣା ଦେଖିବାକୁ ମିଲୁଛି l ତେଣୁ ସହର ରେ ବହୁ ଦିନ ରୁ ପ୍ରସ୍ତାବିତ ସି ସି କେମେରା ଶୀଘ୍ର ଲଗାଇବା କୁ ସହରବlସି ଦ୍ରୁଢ଼ ଦାବି କରିଛନ୍ତି l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l