ଉଦ୍ଧାର ଫାଉଣ୍ଡେସନ ସଂଗଠନ ଦ୍ୱାରା ଫେରାର ପ୍ରେମୀଯୁଗଳ ଙ୍କ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ |

53

କଟକ (ଉତ୍କଳ ନ୍ୟୁଜ ) ୧୮-୦୭-୨୦୨୩ : କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳ ର ଯୁବକ ଯୁବତୀ ଦୀର୍ଘ ଦିନ ହେଵ ଦୁହେଁ ଦୁହିଁକୁ ଅନାବିଳ ପ୍ରେମ କରୁଥିଲେ l କିନ୍ତୁ ଦୁହିଁଙ୍କ ଘର ସେହି ଗ୍ରାମ ର ଗୋଟିଏ ସାହି ରେ ଜାତିଆଣ ଓ ରୋଜଗାର କୁ ନେଇ ଝିଅ ର ପରିଵାର ରାଜିନାଥିଲେ ପୁଅ ସହ ଝିଅ କୁ ବିବାହ କରିବା ପାଈଁ ରୋକ ଠୋକ ମନା କରିଥଲେ l ଝିଅ କିନ୍ତୁ ଜିଦି ରେ ଅଟଳ ସେହି ପୁଅ କୁ ବିବାହ କରିବ l ଦୁଇ ପରିଵାର ଙ୍କ ପୂର୍ବଶତ୍ରୁତା ଥିବା ବେଳେ ବିବାହ କାର୍ଯ୍ୟ ବନ୍ଦ ରହିଥିଲା l ଏହି ସମୟ ମଧ୍ୟ ରେ ଦୁଇ ପ୍ରେମୀ ଯୁଗଳ ଘରୁ କାହାକୁ କିଛି ନକହି ଫେରାର ହୋଇଯାଇଥିଲେ l ଏକ ମାସ ହେଵ ଘର ସହ ଯେତେ ଯୋଗାଯୋଗ କଲେ, ମଧ୍ୟ ସେହି ନା ପରିଵାର ବର୍ଗ ଙ୍କର ମତାମତ ଥିଲା l ଯୁଗଳପ୍ରେମୀ ଶେଷରେ ନିଷ୍ପତି ନେଲେ ଆତ୍ମହତ୍ୟା କରିବା ପାଈଁ ଏହି ସମୟ ମଧ୍ୟରେ ଆମ ର ଜଣେ ସମାଜସେବୀ ଭାଇ ତାଙ୍କ କଥା ଶୁଣି ଉଦ୍ଧାର ଫାଉଣ୍ଡେସନ ସଂଗଠନ ସହ ଯୋଗାଯୋଗ କରିବା ପାଈଁ ପରାମର୍ଶ ଦେଇଥିଲେ l ଦୁହେଁ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ଦାସ ଙ୍କ ସହ ଯୋଗାଯୋଗ କରି କଥା ବାର୍ତା କରି କାର୍ଯ୍ୟଳୟ କୁ ଡାକିଥିଲେ l ଦୁହେଁ କାର୍ଯ୍ୟାଳୟ କୁ ଆସି ସଭାପତି ଙ୍କ ସହ ଆଲୋଚନା କରିଥିଲେ l ଶ୍ରୀଯୁକ୍ତ ଦାସ ଉଭୟ ଙ୍କୁ ଆତ୍ମହତ୍ୟା ରୁ ନିବୃତ ରହିବା କୁ ପରାମର୍ଶ ଦେଇଥିଲେ l ଦୁହେଁ ପ୍ରାପ୍ତ ବୟସ୍କ ହୋଇଥିବାରୁ ବିବାହ ବନ୍ଧନ ରେ ବନ୍ଧୀ ହେଲେ କିଛି ଅସୁବିଧା ନାହିଁ କାରଣ ଦୁହିଁ ଙ୍କ ବୟସ ଅଧିକା ତେଣୁ ତାଙ୍କର ଅଧିକାର ଅଛ ନିଜ ଜୀବନ ସାଥୀ ଚୟନ କରି ଗ୍ରହଣ କରିପାରିବେ ବୋଲ ମତ ରଖିଥିଲେ ତେଣୁ ଉଦ୍ଧାର ଫାଉଣ୍ଡେସନ ତରଫରୁ ସରକାରୀ ସ୍ୱୀକୃତି ପ୍ରାପ୍ତ ଜଗନ୍ନାଥ ମନ୍ଦିର ରେ ଦୁଇ ଜଣ ଯୁଗଳ ପ୍ରେମୀ ଙ୍କ ହିନ୍ଦୁ ରୀତିନୀତି ଅନୁଯାଇ ବ୍ରାହ୍ମଣ ରେ ବେଦ ପାଠ ରେ ଶୁଭ ବିବାହ କାର୍ଯ୍ୟ ସମ୍ପର୍ଣ ହୋଇଥିଲା ପାରିବର୍ତ୍ତୀ ସମୟ ରେ ଉଭୟ ପରିବାର କୁ କାଉନସିଲ କରାଯିବ ବୋଲି ନିଷ୍ପତି ହୋଉଛି ଏହି ବିବାହ କାର୍ଯ୍ୟକ୍ରମ ରେ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ବରିଷ୍ଠ ସଦସ୍ୟା କିରଣଵାଳା ନାୟକ, ଗୋଲାପ ସିଂ,ଖୁଲଣା ସାହୁ ସହ ସମ୍ପାଦକ ସରୋଜ ସାହୁ , ଜ୍ୟୋତି ପ୍ରକାଶ ପାଲ, ସତ୍ୟପ୍ରକାଶ ମଳିକ, କୃଷ୍ଣ ଚନ୍ଦ୍ର ଜେନା, ଗୋଲଖ ଚନ୍ଦ୍ର ମଳିକ, ରାକେଶ କୁମାର ରାଉତ ପ୍ରମୁଖ ପବିତ୍ର ଶୁଭ ବିବାହ କାର୍ଯ୍ୟ ରେ  ଯୋଗଦାନ କରିଥିଲେ |