ଜାତୀୟ ରାଜପଥରେ ସୃଷ୍ଟି ହେଲା ୫ ଫୁଟର ଗର୍ତ୍ତ।

249

କଟକ (ଉତ୍କଳ ନ୍ୟୁଜ ) ୧୮-୦୭-୨୦୨୩ : ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଆରଡ଼ି ଛକ ନିକଟରେ ୫ ଫୁଟରୁ ଉର୍ଦ୍ଧ ଗାତ ସୃଷ୍ଟି ହୋଇଛି। ଏହି ଗାତ ସୃଷ୍ଟି ହେବା ଫଳରେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ନିର୍ମାଣ ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏହି ଜାତୀୟ ରାଜପଥ କୁ ଡିବିଏଲ କମ୍ପାନୀ ନିର୍ମାଣ କରିଥିଲା। କାମ ସାରି କମ୍ପାନୀ ଯିବାକୁ ଏକ ମାସ ଭିତରେ ଆରଡ଼ି ଛକ ନିକଟରେ ଏତେ ବଡ଼ ଗାତ ସୃଷ୍ଟି ହୋଇଛି। ଏହି ଜାତୀୟ ରାଜପଥରେ ଅନେକ ସ୍ଥାନରେ ଛୋଟ, ବଡ଼ କାମ ବାକି ରହିଛି, ଡ୍ରେନ ଗୁଡିକୁ ଠିକ କରି ତାହାକୁ ତୁରନ୍ତ ସମାଧାନ କରାଯିବାକୁ ସାଧାରଣରେ ଦାବି ଜୋର ଧରିଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।