ଚାନ୍ଦବାଲି ଏନଏସି ପକ୍ଷରୁ ୪ର୍ଥ କାର୍ଯ୍ୟକାରିଣୀ ବୈଠକ।

117

କଟକ (ଉତ୍କଳ ନ୍ୟୁଜ ) ୧୮-୦୭-୨୦୨୩ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ପ୍ରଶାସନ ପକ୍ଷରୁ ଆଜି ସଭା ଗୃହ ପରିସରରେ ୪ର୍ଥ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟାକ୍ଷା ଶାନ୍ତିଲତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଶେଷ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ, ଏନଏସି ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ତହସିଲଦାର ସୁଶାନ୍ତ ସୂତାର ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ସହର ମଧ୍ୟ୍ୟରେ ହୋଲଡିଂ ଟ୍ୟାକ୍ସ ପୂର୍ଣ୍ଣ ନିର୍ଦ୍ଧାରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ଥିଲା। ପରେ ପୌର ଆଇନ୍ ୧୩୯ ଆଧାରରେ ସହର ମଧ୍ୟ୍ୟରେ ଛୋଟ ଓ ବଡ଼ ବ୍ୟବସାୟ ଗାଡି ଉପରେ ପାର୍କିଂ ଫି ଆଦାୟ, ମୁକ୍ତା ଯୋଜନାରେ ୧୨୦ଟି ଭେଣ୍ଡିଙ୍ଗ ଜୋନ୍ ପାଇଁ ରାଜସ୍ବ ବିଭାଗ ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ, ରାସ୍ତା ଉପରେ ଉଠା ଦୋକାନୀ ମାନଙ୍କ ପାଇଁ ଚଟପଟି ବଜ଼ାର ନିର୍ମାଣ ଏବଂ ମାଛ ଓ ମାଂସ ବଜ଼ାର ପାଇଁ ସହର ବାହାରେ ଭେଣ୍ଡିଙ୍ଗ ଜୋନ ନିର୍ମାଣ ପାଇଁ ସ୍ଥିର କରା ଯାଇଥିଲା l ବୈଠକରେ ଉପାଧ୍ୟାକ୍ଷଙ୍କ ସମେତ ସମସ୍ତ କାଉନସିଲର ଯୋଗ ଦେଇଥିଲେ l ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।