ବର୍ଷାରେ ଉବୁଟୁବୁ ଭଦ୍ରକ ସହର, ପୂର୍ବରୁ ହେଜିଲାନି ପ୍ରଶାସନ, ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା।

215

ର୍ଷାରେ ଉବୁଟୁବୁ ଭଦ୍ରକ ସହର, ପୂର୍ବରୁ ହେଜିଲାନି ପ୍ରଶାସନ, ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା। ଲଗାଣ ବର୍ଷାରେ ବେହାଲ ଭଦ୍ରକ ସହର। ଗତକାଲି ରାତିରୁ ଲାଗିଥିବା ବର୍ଷାରେ ସହରର ତଳିଆ ଅଞ୍ଚଳ ବେହାଲ ହୋଇଛି। ସହରର ବିଭିନ୍ନ ୱାର୍ଡ଼ରେ ବର୍ଷା ଜଳ ଘରେ ଘରେ ପଶିଲାଣି। ସରକାରୀ ଦପ୍ତର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଲୋକମାନେ କିଏ ରାତିରେ ଅନିଦ୍ରା ଅଛି ତ ଆଉ କିଏ ବର୍ଷା ପାଣିରେ ଶୋଇଛନ୍ତି। ସହରର ୧୫ ନମ୍ବର ୱାର୍ଡ଼ର କୁଆଁସ ଅଞ୍ଚଳ ଜେନାସାହିର ଲୋକମାନଙ୍କ ଘରେ ଭିତରେ ବର୍ଷା ପାଣି ପଶିଛି। ଲୋକମାନେ ରୋଷେଇ କରିବା ପାଇଁ କଷ୍ଟ ହୋଇ ପଡିଛି। ଚୁଲି ଭିତରେ ପାଣି ପଶି ଯିବାରୁ ରୋଷଇ କରିବା ସମ୍ଭବ ହେଉନାହିଁ। ନିର୍ବାଚନ ଆସିଲେ ଢେରସାରା ଭରଷା ଦେଇ ନିର୍ବାଚିତ ହେବାପରେ ଲୁଟିବାରେ ଲାଗିଲେ ନେତା। ପ୍ରଶାସନିକ କଳକୁ କବଜା କରି କ କୁ ଖ କଲେ। ଡ୍ରେନେଜ ଅବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଇ ବି ସମାଧାନର ପନ୍ଥା ବାହାର କଲେନି। ମୁଷ୍ଟିମେୟ ଲୋକମାନଙ୍କ ଦ୍ବାରା ଜବର ଦଖଲ ହୋଇଥିବା ଡ୍ରେନ ଗୁଡିକୁ ମୁକ୍ତ କରା ଗଲାନି। ଫଳରେ ଏବେ ବର୍ଷା ଆରମ୍ଭରୁ ତଳିଆ ଅଞ୍ଚଳ ପରି ଦୁର୍ଦ୍ଦଶା ଭୋଗିବା ସାର ହୋଇଛି। ଲୋକେ ଭାସି ଗଲେ ବି କେହି ଆସୁ ନାହାନ୍ତି। ନାଁ କାଉନସିଲର ନା ପୌର ପାଳିକାର କୌଣସି ଅଧିକାରୀ କେହିବି ଆସୁ ନାହାନ୍ତି ବୋଲି କୁହାଯାଉଛି। କୁଆଁସ ଅଞ୍ଚଳର ପ୍ରଫୁଲ୍ଲ କୁମାର ପତିଙ୍କ ଘରେ ଆଣ୍ଠୁଏ ପାଣି। ଘରେ ଭିତରେ ଓ ବାହାରେ ପାଣି ଥିବାରୁ ଘରେ ପଡ଼ିଥିବା ଖଟ ଉପରେ ଲୋକମାନଙ୍କ ସହ ପୋଷା କୁକୁର ବି ଖଟ ଉପର ବସିଥିବାର ପରିଲକ୍ଷିତ ହୋଇଛି। ଝରେ ପାଣି ପଶିଯିବାରୁ ରୋଷେଇ କରିବା ପାଇଁ କଷ୍ଟକର ହୋଇ ପଡିଛି। ସେହିପରି ସହରରେ ଅପର୍ତ୍ତିବିନ୍ଧା, ସନ୍ଥିଆ, ଗବସାହି, ପୁରୁଣା ବଜାର, କୁଆଁସ ବଙ୍କସ୍କୁଲ ପାଖ, ଆରଡ଼ି ଛକ ଭଳି ଅନେକ ସ୍ଥାନରେ ବର୍ଷା ପାଣି ଜମି ରହିଛି। ଫଳରେ ନାହିଁ ନ ଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକମାନେ। ଅନ୍ୟପଟେ ସହରରେ ଡ୍ରେନେଜ ସିଷ୍ଟମ ଠିକ ନ ଥିବାରୁ ବର୍ଷା ପାଣି ଓ ଡ୍ରେନରେ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ରାସ୍ତାରେ ପୃଣି ଜମି ରହିବାରୁ ଲୋକ ମାନେ ଅସୁବିଧାରେ ପଡୁଛନ୍ତି। ପ୍ରାକ୍ ମୌସୁମୀ ବର୍ଷାର ସୂଚନା ପାଇ ନିରବ ରହିଥିବା ପ୍ରଶାସନ ଏବେ ବର୍ଷା ଦାଉରୁ କେମିତି ସୁରକ୍ଷା ଯୋଗାଇ ପାରିବ ସେନେଇ ଉଠୁଛି ପ୍ରଶ୍ନ। ସହରର ୩୦ଟି ୱାର୍ଡ ମଧ୍ଯରୁ ମୁଖ୍ଯ ତଥା ସାମୟିକ ଭାବେ ପ୍ରାୟ ୨୭ଟି ଡ୍ରେନେଜ ଏବେ ବିପଦ ମୁଖରେ। ସେଗୁଡିକୁ ସଚଳ କରି ବର୍ଷା ନିଷ୍କାସନ କରିବା କାଟିକର ପାଠ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସେପଟେ ବିଧାୟକ ଓ ପୌରାଧ୍ୟକ୍ଷାଙ୍କ ବିବାଦ ମଧ୍ଯରେ ପ୍ରଶାସନିକ ଅଧିକାରୀ ସାଧାରଣ ଲୋକଙ୍କୁ କି ପ୍ରକାର ସେବା ଯୋଗାଇ ପାରିବେ ସେଇଟା କେବଳ ଦେଖିବା ବାକି ରହିଲା। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ।