ମିରିପୁର ଗାଁରେ ବାଉଁଶ ବାଡିରୁ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର।

262

କଟକ (ଉତ୍କଳ ନ୍ୟୁଜ ) ୮-୦୭-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ଥାନା ବିଲଣା ପଞ୍ଚାୟତ ଅଧିନ ମିରିପୁର ଗାଁରେ ବାଉଁଶ ବାଡିରୁ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ପ୍ରାୟ ସପ୍ତାହ ତଳେ ମୃତ୍ୟୁବରଣ କରିଥିବା ଅନୁମାନ କରା ଯାଇଛି। ମିରିପୁର ଗାଁର ଟିକୁ ଦାସଙ୍କ ବାଉଁଶ ବୁଦା ମୂଳରେ ଶବଟି ପଡିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଶବଟି ପଚି ଯିବାପରି ଦୁର୍ଗନ୍ଧ ହେଉଥିଲା। ବିଲଣା ସରପଞ୍ଚଙ୍କ ସୂଚନା ମୂଳେ ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି। ତେବେ ମୃତ ବ୍ଯକ୍ତିଙ୍କ ପରିଚୟ ଜାଣିବା ଲାଗି ଶହଶହ ଲୋକଙ୍କ ଭିଡ ଜମିଥିଲା। ହେଲେ ମୃତକ ଆଖପାଖ ଅଞ୍ଚଳର ନୁହେଁ ବୋଲି ଜଣା ଯାଇଛି। ଏନେଇ ପୋଲିସ ଅଧିକ ଅନୁସନ୍ଧାନ ଜାରି ରହିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।