ପୋଲିସ ଚାକିରୀର ୪୬ ବର୍ଷ ପରେ ଅବସର ପ୍ରାପ୍ତ ୪୦ ପୋଲିସ ଅଧିକାରୀଙ୍କ ବନ୍ଧୁମିଳନ ।

56

କଟକ (ଉତ୍କଳ ନ୍ୟୁଜ ) ୦୬-୦୭-୨୦୨୩ : ୧୯୭୭ ମସିହାରେ ପୋଲିସ ଚାକିରୀରେ ଯୋଗଦେଇ ଥିଲେ ଓଡ଼ିଶାର ଶତାଧିକ ଯୁବକ । ସେ ସମୟର ପୋଲିସ ଚାକିରୀ କରିଥିବା ଯୁବକମାନେ ଏବେ ଚାକିରୀରୁ ଅବସର ନେଇ ସାରିଲେଣି । ଚାକିରୀ କରିବା ସମୟରେ ସେହି ଯୁବକ ମାନେ ସେମାନଙ୍କର ସାଙ୍ଗ ସାଥୀଙ୍କୁ ଟିକେ ଭେଟି କଥା ଦୁଇପଦ ହେବାରୁ ବଞ୍ଚିତ ହୋଇ ଆସୁଥିଲେ । ଦୀର୍ଘ ୪୬ ବର୍ଷ ପରେ ଚାକିରୀରୁ ଅବସର ନେଇଥିବା ପୋଲିସ ଅଧିକାରୀ ମାନଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା ନେଇଥିଲେ ସାଥି ବସୁଦେବ ପଣ୍ଡା ଏବଂ ପର୍ଶୁରାମ ରାଉତ । ଯାହାଫଳରେ ବୁଧବାର ଦିନ ୪୦ ଜଣ ଅବସର ପ୍ରାପ୍ତ ପୋଲିସ ଅଧିକାରୀ , କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ସ୍ଥିତ ମା, ଧାକୁଲେଇଙ୍କ ପୀଠରେ ଏକାଠି ହେବାର ସୁଯୋଗ ପାଇଥିଲେ । ଦୀର୍ଘ ଦିନପରେ ସାଙ୍ଗମାନେ ପରସ୍ପରକୁ ଦେଖି ଖୁସି ହେବା ସହିତ, ଭାବର ଆଦାନ ପ୍ରଦାନ ସାଙ୍ଗକୁ ଭୋଜି ଭାତ ଖାଇ ଖୁସି ମନାଇଥିଲେ । ଏହା ସହିତ ସେମାନଙ୍କୁ ଛାଡ଼ି ପରଲୋକ ଗମନ କରିଥିବା ୨୯ ଜଣ ସାଥୀଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ, ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ବନ୍ଧୁମିଳନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅବସରପ୍ରାପ୍ତ ପୋଲିସ କର୍ମଚାରୀ ମାନେ ଆସନ୍ତା ନଭେମ୍ବର ମାସରେ ଏକାଠି ହେବା ପାଇଁ ବନ୍ଧୁମିଳନରେ ନିଷ୍ପତ୍ତି ନିଆଯାଇଥିଲା । ପ୍ରତ୍ୟେକ ସାଥୀ ପରସ୍ପର ମଧ୍ୟରେ ଭଲମନ୍ଦ ବୁଝିବା ପାଇଁ ପରସ୍ପର ଠାରୁ ଫୋନନମ୍ବ ନେଇଥିଲେ । କାହାର ଅସୁବିଧା ହେଲେ ଖବର ପାଇବା ମାତ୍ରେ ସମସ୍ତ ବନ୍ଧୁ ତାଙ୍କ ପାଖରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲେ । ବେଣୁଧର ନନ୍ଦ, ରବିନ୍ଦ୍ର କୁମାର ଜେନା , ସୁବାସ ସ୍ୱାଇଁ, ପ୍ରମୋଦ ଖମାରୀ, ଅନିଲ ଦାଶ,ବଂଶୀଧର ବର୍ଦ୍ଧନଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସମସ୍ତ ଅବସରେପ୍ତ ସାଥି ମାନେ ଏହି ବନ୍ଧୁମିଳନରେ ଯୋଗ ଦେଇଥିଲେ । ଶେଷରେ ଗଜେନ୍ଦ୍ର ଜେନା ଧନ୍ୟବାଦ ଦେଇଥିଲେ । କଟକ ରୁ ପ୍ରତାପ ଚନ୍ଦ୍ର ସେନାପତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |