ଦହପାଣିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଶପଥ ଗ୍ରହଣ , ପାଠ ପଢ଼ା ଜାରି ରଖିବୁ, ରାଜ୍ୟ ଓ ଦେଶର ନାମ ରଖିବୁ |

213

କଟକ (ଉତ୍କଳ ନ୍ୟୁଜ ) ୦୪-୦୭-୨୦୨୩ : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗ ଅଧୀନ ବିଦ୍ୟାଳୟ ଗୁଡ଼ିକରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶପଥ ଦିଆଯାଉଛି । ବିଦ୍ୟାଳୟ ଛାଡ଼ିବା ପରେ ଉଚ୍ଚ ଶିକ୍ଷା ଜାରି ରଖିବୁ ଓ ପାଠପଢ଼ା ବନ୍ଦ ରଖିବୁ ନାହିଁ ବୋଲି ପିଲାମାନେ ସେମାନଙ୍କ ଶିକ୍ଷକ ଶକ୍ଷୟିତ୍ରୀଙ୍କ ନିକଟରେ ଶପଥ କରୁଛନ୍ତି । ଏପରି ଏକ ନୂଆ ଚିନ୍ତାଧାରରେ କାର୍ଯ୍ୟ ବିଭାଗୀୟ ସଚିବଙ୍କ ନିର୍ଦେଶ କ୍ରମେ ପାଳନ କରାଯାଉଛି । ଏହି କ୍ରମରେ ଭଦ୍ରକ ଜିଲାରେ ଥିବା ଏକମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ଦହପାଣିଆରେ ଆଜି ଏକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ସହ କ୍ୟାରିଅର କାଉନସେଲିଂ କରାଯାଇଥିଲା । ଏହି ଉତ୍ସବରେ ତିହିଡ଼ି ବ୍ଲକ ମଙ୍ଗଳ ସମ୍ପସାରଣ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନତ କୁମାର ବେହେରା ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଉତ୍ସାହିତ କରିବା ସହ ଆର୍ଶୀବଚନ ଦେଇଥିଲେ । ‘ଆମେ ଆମ ପରବର୍ତ୍ତୀ ପାଠପଢ଼ା ଜାରି ରଖିବୁ ଓ ଦେଶ ତଥା ଜାତି ଗଠନରେ ସାମିଲ ହୋଇ ରାଜ୍ୟ ତଥା ଦେଶର ନାମ ରଖିବୁ । ଆମେ ପଢ଼ିବୁ, ବଢ଼ିବୁ ଓ ଶ୍ରେଷ୍ଠ ହେବୁ ।’ ବୋଲି ଶପଥ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଡ. କାଳୀପଦ ଦାସ, ଶଶୀକାନ୍ତ ପଣ୍ଡା, ଅଜିତ ପରମାଣିକ, ସସ୍ମିତା ସାହୁ, ଶାନ୍ତିଲତା ସାମଲ, କ୍ଷୀରାବ୍ଧୀ ମାଝୀ, ଯୁବରାଜ ମାଝୀ, ମନୋରଂଜନ ମହାରଣା, ତୃପ୍ତିମୟୀ ବେହେରା ଓ ଦେବଦତ୍ତା ଦାସ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ର୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ କର୍ମପନ୍ଥା ସମ୍ପର୍କରେ ପରାମର୍ଶ ପ୍ରଦାନ କରିଥିଲେ । ତିହିଡିରୁ ସଞ୍ଜୟ ଦାସ ଙ୍କ  ରିପୋର୍ଟ  ଉତ୍କଳ ନ୍ୟୁଜ ।