ଅଭିଯୁକ୍ତମାନଙ୍କୁ ଗିରଫ ଓ ପରିବାର ସୁରକ୍ଷା ଦାବୀରେ ଗଣଧାରଣା , କେଳାସାହି ଗାଁରେ ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ ଘଟଣା |

170

କଟକ (ଉତ୍କଳ ନ୍ୟୁଜ ) ୦୪-୦୭-୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନା ବାରସର ପଞ୍ଚାୟତ ଅଧିନ କେଳାସାହି ଗାଁରେ ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ୍ କରିବା ସହିତ ସେହି ପରିବାର ଗାଁରେ ସୁରକ୍ଷିତ ରହିବା ଦାବିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଗଣଧାରଣରେ ବସିଥିଲେ । ଗାଁରେ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଭିନ୍ନ ସମୟରେ ଗଣ୍ଡଗୋଳ ଭିଆଣ କରିଥାନ୍ତି, ଜୋରିମାନା ପାଇଁ ହୁଇପ୍ ଜାରି କରିଥାନ୍ତି ସେମାନଙ୍କ ପାଇଁ ଗାଁରେ ଏପରି ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି । ତେବେ ସେଦିନ ଗଣ୍ଡଗୋଳରେ ୧୪ ଜଣ ଅଭିଯୁକ୍ତମାନଙ୍କ ମଧ୍ୟରୁ ବାଇଧର ଦାସ, ସୁରେଶ ଓରଫ୍ କୁନା ଦାସ ଓ ଶାନ୍ତନୁ ଦାସ ପ୍ରମୁଖ ୩ ଜଣ ମୁଖ୍ୟ ଅଭିଯୁକ୍ତମାନଙ୍କୁ ନଧରି ପୋଲିସ ଅନ୍ୟ ୪ ଜଣଙ୍କ ପୋଲିସ ଗିରଫ୍ କରି ବାହାବାଃ ନେଉଛି । ଏବଂ ଗଣ୍ଡଗୋଳ ଦିନ ଠାରୁ ଏହି ପରିବାର ଅନ୍ୟତ୍ର ରହୁଛନ୍ତି ଗାଁ ସେମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଦାବି କରିଛନ୍ତି । ସକାଳ ୯ ଘଟିକାରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଗଣଧାରଣାରେ ବସିବା ପରେ କୋଦ୍ ଏସପିଙ୍କ ଜନରକୁ ଆସିଥିଲା । ଧାରଣାରତ ପରିବାର ସହିତ ଆଲୋଚନା କରିଥିଲେ । ଅଭିଯୁକ୍ତମାନଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖୁବ୍ ସେମାନଙ୍କୁ ଧରାଯିବ ଏବଂ ଗାଁରେ ସପରିବାର ରହିବା ଲାଗି ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେବାପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ତେବେ ଏସପିଙ୍କ ପ୍ରତିଶୃତି ପାଳନ କରାନଗଲେ ପୂନଶ୍ଚ ଏହି ପରିବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିବେ ବୋଲି ଚେତାବନି ଦେଇଛନ୍ତି । ତିହିଡିରୁ ସଞ୍ଜୟ ଦାସ ଙ୍କ  ରିପୋର୍ଟ ଉତ୍କଳ ନ୍ୟୁଜ ।