ଦୁଇ କ୍ରୀଡ଼ା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା।

221

କଟକ (ଉତ୍କଳ ନ୍ୟୁଜ ) ୦୩-୦୭-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ଚରସ ହାଇସ୍କୁଲର କ୍ରିଡ଼ା ଶିକ୍ଷକ ଗିରିଜା ରମଣ ଜେନା ଓ ଐଶାନ୍ୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରଦୀପ କୁମାର ଖଟୁଆଙ୍କୁ ମିଳିତ ଭାବେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ସେଣ୍ଢ, ସମ୍ମାନୀତ ଅତିଥି ଅବସରପ୍ରାପ୍ତ ଜିଲା କ୍ରୀଡ଼ା ପରିଦର୍ଶକ ଅରବିନ୍ଦ ବସନ୍ତ ରାୟ, ଭାରପ୍ରାପ୍ତ ଶାରିରୀକ କ୍ରୀଡ଼ା ପରିଦର୍ଶକ ଅରବିନ୍ଦ ବସନ୍ତରାୟ, ମୁଖ୍ୟବକ୍ତା ମାନସ କୁମାର ରାଉତ ଯୋଗ ଦେଇଥିଲେ । ତନ୍ମୟ କୁମାର ବେହେରା ସ୍ୱାଗତ ଭାଷଣ, ସୁରେଶ ଚନ୍ଦ୍ର ମହାକୁଡ଼ ଅତିଥି ପରିଚୟ, ବାବାଜୀ ଚରଣ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୀତାଞ୍ଜଳି ରଥ ଓ ମଧୁସ୍ମିତା ପଣ୍ଡା ମାନପତ୍ର ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କ୍ରୀଡ଼ା ନିରୀକ୍ଷକ ଶ୍ୟାମସୁନ୍ଦର ମହାରାଜ, ଗଜେନ୍ଦ୍ର ଭାରତୀ, ରାଜେନ୍ଦ୍ର ବିଶ୍ୱାଳ, ଅବସରପ୍ରାପ୍ତ ବାସୁଦେବପୁର ବ୍ଲକର ଶିକ୍ଷା ସମ୍ପାଦକ ଗଙ୍ଗାଧର ସେଠୀ, ଭଦ୍ରକ ବ୍ଲକର ରାଜେନ୍ଦ୍ର ନାୟକ, ଚାନ୍ଦବାଲି ବ୍ଲକର ମନୀନ୍ଦ୍ର ନାୟକ ଓ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଲକ୍ଷ୍ମୀକାନ୍ତ ପତି, ହେମନ୍ତ କୁମାର ଜେନା ଓ ସୋମନାଥ ମିଶ୍ର ଆମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ । ତିହିଡ଼ି ବ୍ଲକରେ ଥିବା ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କ୍ରୀଡ଼ା ଶିକ୍ଷକମାନେ ଯୋଗ ଦେଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।