ଦିବ୍ୟଭୂମିରେ ପାଠଚକ୍ର ସମ୍ମିଳନୀ |

142

କଟକ(ଉତ୍କଳ ନିଉଜ)୦୨/୦୭/୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲସ୍ଥିତ ଦିବ୍ୟଭୂମି ପରିସରରେ ଏକ ପାଠଚକ୍ର ସମ୍ମିଳନୀ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ପ୍ରାରମ୍ଭରେ ଧ୍ୟାନ ଓ ମାତୃବନ୍ଦନା କରାଯାଇଥିଲା । ‘ଭାରତୀୟ ସଂସ୍କୃତିର ମହାନତା’ ଶୀର୍ଷକ ବିଷୟ ଉପରେ ଆଲୋଚନା କରାଯାଇଥିବା ବେଳେ ମାତୃଭକ୍ତ ଶରତ କୁମର ପାଣିଗ୍ରାହୀ ପୂର୍ଣ୍ଣାଙ୍ଗ ଯୋଗର ଲକ୍ଷ୍ୟ ଓ ପଥ ଉପରେ ଆଲୋଚନା କରିଥିଲେ । ବାସନ୍ତୀ ଲତା ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ଓ ମାତୃଭକ୍ତମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସକାରାତ୍ମକ ଚିନ୍ତାଧାରା ହିଁ ସଫଳତାର ଚାବିକାଠି ଓ ସବୁ ପରିସ୍ଥିତିରେ ସକାରାତ୍ମକ ମନୋଭାବ ପୋଷଣ କରିବାକୁ ବକ୍ତାମାନେ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହରିହର ସେନାପତି, ବିଷ୍ଣୁମୋହନ ନାୟକ, ଗଣେଶ ପ୍ରସାଦ ବେହୁରା, ଅରୁଣ କୁମାର ଦାସ, ପାର୍ଥସାରଥି ସାହୁ, ସତ୍ୟଭାମା ଜେନା, ଅନୁରାଧା ରାୟ, ମିନତୀଲତା ପାଣି, ପ୍ରୀତିନନ୍ଦା ନାୟକବର୍ମା, ତତ୍ତ୍ୱ୍ୱମସୀ ସାହୁ, କୁମୁଦିନୀ ଦାସ, ଗଙ୍ଗାଧର ବେହେରା, ସରୋଜିନୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |