ବୋଲେରୋ ଭିତରୁ ୧୨ ଗୋରୁ ଉଦ୍ଧାର |

106

କଟକ(ଉତ୍କଳ ନିଉଜ)୦୨/୦୭/୨୦୨୩ :ଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ସନ୍ଥପୁରା ନିକଟରୁ ଏକ ବୋଲେରୋ ଗାଡ଼ିରୁ ମୁର୍ମୁଷ ଅବସ୍ଥାରେ ୧୧ ଗୋଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଂଚିଥିବା ବଜରଙ୍ଗ ଦଳ ପକ୍ଷରୁ କୁହା ଯାଇଥିବା ବେଳେ ପୁଲିସ ନିଜେ ପେଟ୍ରୋଲିଂ କରୁଥିବା ବେଳେ ଗାଡ଼ିକୁ ଜବତ କରିଛି ବୋଲି କହିଛି । ସୂଚନା ଅନୁଯାୟୀ, ବଜରଙ୍ଗ ଦଳର କର୍ମୀମାନେ ଗତକାଲି ରାତ୍ରିରେ ପୀରହାଟ ବଜାରରେ ଜଗି ରହିଥିଲେ । ଭଦ୍ରକ-ଚାନ୍ଦବାଲି ରାସ୍ତାରେ ସଂପୃକ୍ତ ବୋଲେରୋଟିକୁ ଅଟକାଇଥିବା ବେଳେ ଅନ୍ୟ ଦୁଇଗୋଟି ଗାଡ଼ି ରାସ୍ତା ଭାଙ୍ଗି ଗାଁ ଭିତରକୁ ପଶିଯାଇଥିଲା । ଏ ନେଇ ସେମାନେ ପୁଲିସକୁ ଖବର ଦେଇଥିଲେ । ଡ୍ରାଇଭର ଘଟଣାସ୍ଥଳରୁ େ‘ରାର ହୋଇଯାଇଥିବା ପୁଲିସ କହିଛି । ତେବେ ଅତି ନିର୍ଦୟ ଭାବେ ଗୋରୁ ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଲଦା ଯାଇଥିବା ଦେଖିବାକୁ ମିଳିଥିଲା । ପୁଲିସ ସଂପୃକ୍ତ ଗାଡ଼ିଟିକୁ ଜବତ କରିବା ସହ ଏକ ମାମଲା ମଧ୍ୟ ରୁଜୁ କରିଛି । ସେହିପରି ଜବତ ଗୋରୁ ଗୁଡ଼ିକୁ ମଧ୍ୟ ମଇତାପୁର ଗୋଶାଳାରେ ଛଡ଼ାଯାଇଥିବା ପୁଲିସ ସୂଚନା ଦେଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |