ଆରସା ଓ ନୂଆସାହିରେ ମୋଦିଙ୍କ ୯ ବର୍ଷ ଶାସନର ମହାସମ୍ପର୍କ ଅଭିଯାନ |

168

କଟକ(ଉତ୍କଳ ନିଉଜ)୦୨/୦୭/୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଆରସା ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଜାମଯୋଡି ପଞ୍ଚାୟତ ଅଧିନ ନୂଆସାହି ଗାଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ ଶାସନର ମହାସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ଜନତାଙ୍କୁ ଭେଟି ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ସମ୍ପର୍କରେ ଅବଗତ କରାଯାଇଛିି । ମୋଦିଙ୍କ ଶାସନ ଆରମ୍ଭରେ ଜନସମ୍ପର୍କ ଧିରେ ଧିରେ ଜନସମର୍ଥନରେ ପରିଣତ ହୋଇଛି । ଭାରତ ସରକାରଙ୍କ ନୀତି, ବିକାଶ ମୂଳକ ଯୋଜନା, ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହିତ ଓଡିଆ ଲୋକଙ୍କୁ ଜାତୀୟ ସ୍ତରରେ ସ୍ୱିକୃତି ପ୍ରଦାନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧ୍ୟାନ୍ୟ ଦେଇଛନ୍ତି । ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ସିଧା ହସ୍ତାନ୍ତର ହେଉ ବା ପାଣି, ବିଜୁଳି, ଶୌଚାଳୟ ଭଳି ସୁବିଧାକୁ ଦେଶର ଗରିବଲୋକଙ୍କ ପାଖରେ ପହଁଞ୍ଚାଇବା ହେଉ ଏସବୁ ତୃଣମୂଳ ସ୍ତରରେ କ୍ରାନ୍ତି ଆଣିଛି । ଏହି ଯୋଜନାଗୁଡିକ ଦେଶର ଗରିବରୁ ଅତି ଗରିବ ଲୋକଙ୍କ ଭିତରେ ଆତ୍ମସମ୍ମାନ ସୃଷ୍ଟି କରିବା ସହିତ ସାମାଜିକ ନିରାପତ୍ତା ବୃଦ୍ଧି କରିଛି । ବିଗତ ୯ ବର୍ଷର ଶାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, କର୍ତ୍ତବ୍ୟ ପ୍ରତି ନିଷ୍ଠା, ଦେଶର ବିକାଶକୁ ନୁଆ ପରିଭାଷା ଦେଇଛି । ଦେଶର ସେବା, ସୁଶାସନ, ଗରିବ କଲ୍ୟାଣର ଏକ ଧାରା ପ୍ରବାହିତ କରିବା ସହିତ ବିଦେଶରେ ଭାରତର ଗୌରବ ବଢିଛି । ରେଳ ସେବା ଠାରୁ ଆରମ୍ଭ କରି ଶୁବଶକ୍ତିର ଆଙ୍କାକ୍ଷା ପୂରଣ କରିଛି, ରାଜ୍ୟକୁ ମିଳୁଛି ଅଧିକ କେନ୍ଦ୍ରିୟ ଅନୁଦାନ, ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱାରୋପ, ସଶକ୍ତ ମାତୃଶକ୍ତି ଓ ଶିଶୁ ଯୋଜନା, ସୁନିଶ୍ଚିତ କୃଷକ କଲ୍ୟାଣ ଯୋଜନା, ଓଡିଶାରେ ଭିତ୍ତିଭୂମି ନିର୍ମାଣରେ ମୋଦି ସରକାରଙ୍କ ପ୍ରାଥମିକତା, ମୋଦି ସରକାରରେ ଓଡିଆ ସମ୍ମାନୀତ, ଐତିହ୍ୟ ଏବଂ ବିକାଶ କ୍ଷେତ୍ରରେ ଲୋକଙ୍କୁ ଅବଗତ କରାଯାଇଛି । ବିଜେପିର ରାଜ୍ୟ ଓବିସି ମୋର୍ଚ୍ଚାର ସଂଯୋଜକ ତଥା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ସବ୍ୟସାଚୀ ମହଲାଙ୍କ ନେତୃତ୍ୱରେ ଜାତୀୟ ଭଜପା ନେତା ଚିତ୍ତରଞ୍ଜନ କଂସ ଲୋକଙ୍କୁ ଭେଟିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁକୁନ୍ଦପୁର ପଞ୍ଚାୟତ ପ୍ରମୁଖ ରବିନ୍ଦ୍ର ଜେନା, ଭାଜପା ବ୍ଲକ ଆଇଟି ସେଲର କାର୍ଯ୍ୟକର୍ତ୍ତା କାହ୍ନୁଚରଣ ବେହେରା, ପଞ୍ଚାୟତର ବିଜେପି ନେତା ସୁବ୍ରତ ମହଲା, ଟିକନ ଦାସ, ଗୋପବନ୍ଧୁ ମହଲା, ଭଜନା ମହାଳିକ, ଶଶି ମହାଳିକ ପ୍ରମୁଖ ଉପସ୍ଥିତ ଥିବାବେଳେ ନୂଆସାହିରେ ଫଗୁଚରଣ ଦାସ ଓ ଯଦୁନାଥ ଧଳ ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |