ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ୭ ଗୁରୁତର।

366

କଟକ(ଉତ୍କଳ ନିଉଜ)୨୯/୦୬/୨୦୨୩ : ଭଦ୍ରକରୁ ବାସୁଦେବପୁର ଅଭିମୁଖେ କ୍ରିଷ୍ଣା ନାମକ ଏକ ଯାତ୍ରୀବାହି ବସ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ। ୭ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ। ଭଦ୍ରକ ବ୍ଲକ ଅଧିନସ୍ଥ ସାବରଙ୍ଗ ହାଇସ୍କୁଲ ନିକଟରେ ଘଟିଛି ଏପରି ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଲା ବସ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ଆଜି କ୍ରିଷ୍ଣା ବସ ଯାତ୍ରୀମାନଙ୍କୁ ନେଇ ଭଦ୍ରକ ବସ ଷ୍ଟାଣ୍ଡରୁ ବାସୁଦେବପୁର ଅଭିମୁଖେ ଯାଉଥିଲା। ତେବେ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବା ସେ ବସ ମାଲିକ ଙ୍କୁ କହିଥିଲେ। ଏହା ଜାଣି ବସ ମାଲିକ ଅନ୍ୟ ଜଣେ ଡ୍ରାଇଭରଙ୍କୁ ପଠାଉ ଥିଲେ। ତେବେ ଡ୍ରାଇଭର ବସ ଚଳାଉ ଥିବା ବେଳେ ହଟାତ ଭାରସାମ୍ୟ ହରାଇ ବସ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ବସ ଯାତ୍ରୀମାନଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ଆଣିଛନ୍ତି। ଖବର ପାଇ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଜିଲ୍ଲା ହସ୍ପିଟାଲରେ ପହଁଚି ଆହତମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ମୃତକଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ସହାୟତା ଦେବା ପାଇଁ ଜିଲ୍ଲାପାଳ କହିଛନ୍ତି। ବାଇଟ ଯାଇଛି- ପ୍ରତ୍ୟକ୍ଷଦର୍ଶି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |