ଆବାସ ଯୋଜନାରେ ବ୍ୟାପକ ଦୂର୍ନିତୀ, ଭିଜିଲାନ୍ସ ତଦନ୍ତ ଦାବି କଲା ବିଜେପି |

166

କଟକ (ଉତ୍କଳ ନ୍ୟୁଜ ) ୨୮-୦୬-୨୦୨୩ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡ଼ା ପଂଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତୀ ହୋଇଥିବାର ଅଭିଯୋଗ ଆଗତ କରି ଏହାର ଭିଜିଲାନ୍ସ ତଦନ୍ତ ଦାବୀ କିରିଛି ବିଜେପି । ଏନେଇ ମତୋ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି । ଚାନ୍ଦବାଲି ବ୍ଲକରେ ୨୦୧୨ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଉପରେ ବିଜେପି ଦଳ ପକ୍ଷରୁ ତଦନ୍ତ ଦାବୀ କରାଯାଇଛି । ଶାସକ ଦଳର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଏକାଧିକ ଆବାସ ପ୍ରଦାନ କରାଯାଉଛି । ଯଦି ସରକାରଙ୍କ ପକ୍ଷରୁ ମାତ୍ର ଗୋଟିଏ ପଂଚାୟତ ଉତୁକୁଡ଼ା ପଂଚାୟତକୁ ଭିଜିଲାନ୍ସ ତଦନ୍ତ ପରିସରକୁ ନିଆଯାଏ ତେବେ ବ୍ଲକର ତେତେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ତାହା ବାରି ହୋଇ ପଡ଼ିବ ବୋଲି ପ୍ରକାଶ କରିଛି । ଅନ୍ୟପଟେ ବିଜେପି ଦଳ କୈଣସି ଏକ ଦୁର୍ନୀତି ଉପରେ ସ୍ୱର ଉଠାଉଛି ତେବେ ସେତେବେଳେ ତଦନ୍ତକୁ ବାଟବଣା କରିବା ପାଇଁ ଶାସକ ଦଳର ନେତାମାନେ ସରକାରୀ ଅଧିକାରୀମାନଙ୍କୁ ନିଜ କର୍ତ୍ତୃତ୍ୱରେ ନହିଲେ ବିଡ଼ିଓ ଠାରୁ ଆରମ୍ଭ କରି ପଂଚାୟତ ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି ଯେଉଁଥିରେ ପ୍ରକୃତ ହାତାଧିକାରୀ ନ୍ୟାୟ ପାଇବାରୁ ବଞ୍ôଚତ ହେଉଛନ୍ତି । ଏହି ସମ୍ମିଳନୀରେ ବରିଷ୍ଠ ନେତା କାହ୍ନୁ ବେହେରା, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଉପେନ୍ଦ୍ର ରାଉଳ, ମଣ୍ଡଳ ସଭାପତି ଦୈତାରୀ ଦାସ, ସୁଶାନ୍ତ ପୁହାଣ, ସମିତି ସଭ୍ୟ ଅଭୟ ବଳ ଓ ରତିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ  ।