ଚମ୍ପେଶ୍ୱର ସ୍କୁଲ ସହକାରୀ ଶିକ୍ଷୟତ୍ରୀଙ୍କର ଅବସର କାଳୀନ ସମ୍ବର୍ଦ୍ଧିନା ଉତ୍ସବ |

125

କଟକ (ଉତ୍କଳ ନ୍ୟୁଜ ) ୨୮-୦୬-୨୦୨୩: ନରସିଂହ ପୁର ଚମ୍ପେଶ୍ୱର ଉଚ୍ଚ ପ୍ରାଥମିକର ସହକାରୀ ଶିକ୍ଷୟତ୍ରୀ ଶାନ୍ତିଲତା ପାଣିଗ୍ରାହୀ ଙ୍କର ଅବସର ସମ୍ବର୍ଦ୍ଧିନା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅନୁଷ୍ଠାନିକ କାର୍ଯ୍ୟକ୍ରମ ରେ ସଭା ରେ ସଭାପତି ଅବସର ପ୍ରାପ୍ତ ଅଧ୍ୟାପ ଅଦେଇତ ଚରଣ ପଣ୍ଡା, ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଚମ୍ପେଶ୍ୱର ସମିତି ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବିପିନ ବିହାରୀ ପଣ୍ଡା ଯୋଗଦେଇଥିଲେ । ଉପ୍ରା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦାଶରଥି ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଚମ୍ପେଶ୍ୱର ଗ୍ରାମ୍ୟ କମିଟି ସଭାପତି ପ୍ରମୁଖ ଯୋଗଦେଇଥିଲେ। ଚମ୍ପେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରମତୀ ଶାନ୍ତିଲତା ପାଣିଗ୍ରାହୀ ଅବସର ଗ୍ରହଣ କରିଛନ୍ତି। ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ସେହିପରି ସ୍କୁଲ ପରିଚାଳନା କମିଟି ସଭାପତି ବଳଭଦ୍ର ପାଣି, ସିଆରସିସି ଗଙ୍ଗାଧର ବେହେରା, ଚମ୍ପେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ପଣ୍ଡା ସହକାରୀ ଶିକ୍ଷୟତ୍ରୀ ସ୍ୱପ୍ନା ଦେବୀ, ମିତାଶ୍ୱିନୀ ପଣ୍ଡା, ସୁମିତ୍ରା ଦେଇ, ଖେଳ ଶିକ୍ଷୟତ୍ରୀ ଅଞ୍ଜଳି ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ।