ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉଦ୍‌ଘାଟନ ଓ ସ୍ୱାଗତ ଉତ୍ସବ।

292

କଟକ(ଉତ୍କଳ ନିଉଜ) ୨୪/୦୬/୨୦୨୩ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ଜରିଆରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ସହ ତିହିଡ଼ି ବ୍ଲକ୍ ସନ୍ଥପୁରାଠାରେ ନବନିର୍ମିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବାଗତଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଉତ୍ସବ ଓ ପ୍ରଥମ ଅଭିଭାବକ ସମ୍ମେଳନ ଶନିବାର ଅପରାହ୍ଣରେ ସ୍ଥାନୀୟ ସିଆରଏସ୍ ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଳିଆବିନ୍ଧା କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଦୀପକ କୁମାର ଜେନା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥି ଭାବେ ସହକାରୀ ଶିକ୍ଷକ ହୃଷୀକେଶ ଘଡ଼ାଇ, ଅନ୍ୟତମ ସହକାରୀ ଶିକ୍ଷକ ରାଜୀବଲୋଚନ ମଲ୍ଲିକ୍ ଓ ଅଭିଭାବିକା ପ୍ରଣତି ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ସଂପର୍କିତ ବିଭିନ୍ନ ଗଠନମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ପ୍ରଦୀପ କୁମାର ନାୟକ ଅତିଥିମାନଙ୍କୁ ମଞ୍ଚଆହ୍ୱାନ କରିଥିଲେ । ଛାତ୍ରୀ ବିଦ୍ୟାଂଶୀ ନାୟକ ବେଦପାଠ କରିବା ସହ ବିଦ୍ୟାଳୟର ଅନୁଭୂତି ବ୍ୟକ୍ତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କାର୍ଯ୍ୟକ୍ରମର ସିଧାପ୍ରସାରଣ ଆଭାସୀ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ତିହିଡ଼ି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରୁ ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟାଳୟ ସହାୟିକା ଲକ୍ଷ୍ମୀପ୍ରିୟା ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ କାଳ ନିଉଜ |