ବାଇକ୍‌ରୁ ପଡି ମହିଳା ମୃତ |

417

କଟକ(ଉତ୍କଳ ନିଉଜ) ୨୪/୦୬/୨୦୨୩ : ବାଇକ୍‌ରୁ ପଡି ମହିଳା ମୃତ । ମୃତା ଧୁଷୁରୀ ଥାନା ପାଲଟପୁର ଗାଁର ସଦାଶିବ ଭଞ୍ଜଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଭଞ୍ଜ(୪୫) ବୋଲି ଜଣାଯାଇଛି । ଗତକାଲି ଜ୍ୟୋସ୍ନାରାଣୀ ବାପଘର ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ କୁଆଁରଚତର ଗ୍ରାମରେ ନିଜ କକାଙ୍କ ଏକାଦଶାହରେ ଯୋଗ ଦେବାକୁ ଆସୁଥିଲେ । କକା ପୁଅ ଭାଇଙ୍କ ବାଇକ୍‌ରେ ଆସୁଥିବା ବେଳେ ତିହିଡି-ଈଶ୍ୱରପୁର ରାସ୍ତା କାଁପଡା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ରାସ୍ତା ଉପରକୁ ଏକ ଷଣ୍ଢ ମାଡି ଆସୁବାରୁ ବାଇକ୍ ଆରୋହୀ ଭାରସମ୍ୟ ହରାଇଥିଲା । ଜ୍ୟୋସ୍ନାରାଣୀ ବାଇକ୍‌ରୁ ଛିଟିକୁ ପଡିଥିଲେ । ସଂଜ୍ଞାହିନ ହେବା ସହିତ ମୁଣ୍ଡରେ ପ୍ରବଳ ରକ୍ତାଶ୍ରାବ ହେଉଥିଲା । କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତିହିଡି ମେଡକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଜ୍ୟୋସ୍ନାରାଣୀଙ୍କ ମୃତ୍ୟୁରେ ଉଭୟ ପାଲଟପୁର ଓ କୁଆଁରଚତରରେ ଶୋକର ଛାୟା ଖେଳି ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ କାଳ ନିଉଜ |