ଇମ୍ଫା ଚୌଦ୍ୱାର ଦ୍ୱାରା ବିଦ୍ୟାଳୟ ରେ ଶିକ୍ଷା ଉପକରଣ ବଣ୍ଟନ |

64

କଟକ (ଉତ୍କଳ ନ୍ୟୁଜ ) ୨୩-୦୬-୨୦୨୩ : ଚୌଦ୍ୱାର ଇମ୍ଫା ଶିଳ୍ପ ଗୋଷ୍ଠୀ ର ସାମାଜିକ ଓ ଦାୟିତ୍ୱବୋଧ ସଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡେସନ ତରଫରୁ ଚୌଦ୍ୱାର ପୌରପାଳିକା ର ୮ ନମ୍ବର ସ୍ଥିତ ଓଟିଏମ ହାଇସ୍କୁଲ କୁ ୨୦ ହଳ ବେଞ୍ଚ -ଡେସ୍କ ଓ ୯ ନମ୍ବର ୱାର୍ଡ ସ୍ଥିତ ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁ ୩୦ ହଳ ଡେସ୍କ ବେଞ୍ଚ ଓ ଗୋଟିଏ କମ୍ପୁଟର ସେଟ ପ୍ରଦାନ କରାଯାଇଛି | ଏହି ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଚୌଦ୍ୱାର ପୌରପାଳିକା ର ପୌରଧ୍ୟକ୍ଷା ମାନସୀ ସ୍ଵର୍ଣ୍ଣପ୍ରଭା ସାମଲ ବିଦ୍ୟାଳୟ ର ଶିକ୍ଷା ଉପକରଣ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ , ଇମ୍ଫା ର ମାନବ ସମ୍ବଳ ସାଧାରଣ ପ୍ରଶାସକ ସାରଦା ପ୍ରସାଦ ରାଓ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ | ଏହି ବିତରଣ ସମୟ ରେ ପ୍ରଧାନ ଆଚାର୍ଯ୍ୟ ଗୋବିନ୍ଦ ଚନ୍ଦ୍ର ପ୍ରଧାନ , କମିଟି ସଭାପତି ସ୍ଵପ୍ନା ନାୟକ , ସମ୍ପାଦକ ଅମର କୁଅଁର ଚୌଧୁରୀ , ସଦସ୍ୟ ସୂର୍ଯ୍ୟନାରାୟଣ ଦାସ , ଏ ଚର୍ଯ୍ୟା ବାଣୀ ଭୂଷଣ ମହାନ୍ତି , ସ୍କୁଲ ର ଛାତ୍ରଛାତ୍ରୀ , ଗୁରୁଜୀ ଓ ଗୁରୁମା ଆଦି ସମସ୍ତେ ଉପସ୍ଥିତ ଥିଲେ | ଇମ୍ଫା ପକ୍ଷରୁ ଏଭଳି ଜନହିତ କର କାର୍ଯ୍ୟ ପାଇଁ ପୌରଧ୍ୟକ୍ଷା ଶ୍ରୀମତୀ ସାମଲ ଇମ୍ଫା କୁ ଖୁବ ପ୍ରଶଂସା କରିଥିବା ବେଳେ କର୍ମକର୍ତ୍ତା ମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଶିକ୍ଷା ଉପକରଣ ବିତରଣ କାର୍ଯ୍ୟକ୍ରମ ରେ ଇମ୍ଫା ର ଲୋକ ସମ୍ପର୍କ ବିଭାଗ ର ଉପ ସାଧାରଣ ପ୍ରଶାସକ ଧୃବ ଚରଣ ରାଉତ ପରିଚାଳନା କରିଥିଲେ |