ଏବେବବି ଚାଲିଛି କେଳାସାହିରେ କଙ୍ଗାରୁକୋର୍ଟ ,ଏକଘରିଆ କରିବା ପରେ ପରିବାରର ୧୦ ଜଣକୁ ସଂଘବଦ୍ଧ ଆକ୍ରମଣ |

183

କଟକ(ଉତ୍କଳ ନିଉଜ) ୨୧/୦୬/୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ କେଳାସାହି ଗାଁରେ ଏବେବି ଚାଲିଛି କଙ୍ଗାରୁକୋର୍ଟ । କଥାଟା ବିଶ୍ୱାସ ନହେଲେ ବି ଅଭିଯୋଗରୁ ଏହା ବାରି ହୋଇଛି । ଗାଁ ଲୋକଙ୍କ କଥାରେ ପରିଚାଳିତ ହୋଇନଥିବା କିଛିଦିନ ତଳେ ଏକ ନିର୍ଦ୍ଦିଷ୍ଟ ପରିବାରକୁ ଏକଘରିଆ କରାଯାଇଥିଲା । ଗତକାଲି ସଂଧ୍ୟାରେସେହି ପରିବାରର ଜଣେ ସଦସ୍ୟ ଗାଁ ମଧ୍ୟରେ ଅନ୍ୟ ଗାଁର ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଥିବା ନେଇ ହୋଇଥିଲା ସଂଘବଦ୍ଧ ଆକ୍ରମଣ । କେବଳ ସେତିକି ନୁହେଁ ଉକ୍ତ ପରିବାର ମୁରବୀ ସମେତ ୩ ପୁଅ, ୩ ବୋହୁ ଓ ନାତି ନାତୁଣୀଙ୍କୁ ଆକ୍ରମଣ ହୋଇଥିଲା । ଶାବଳ, କତା ଓ କୁରାଡିରେ ହୋଇଥିଲା ଆକ୍ରମଣ ।

ପୂର୍ବଶତୃତାକୁ କେନ୍ଦ୍ରକରି ଏପରି ଆକ୍ରମଣ ହୋଇଥିଲା । ଏପରିକି ବାଳୁତମାନଙ୍କୁ ମଧ୍ୟ ବାଦ୍ ଦେଇଥିଲେ ଆକ୍ରମଣକାରୀ । ଶାବଳ ପକାଇ ଜୀବନରୁ ମାରିଦେବାକୁ ହୋଇଥିଲା ଉଦ୍ୟମ । ଆକ୍ରମଣର ଶିକାର ହୋଇ ଜରୁରୀକାଳିନ ସେବାକୁ ଫୋନ୍ କରିଥିଲେ ଏହି ପରିବାର । ସେମାନେ ଫରିବା ପରେ ପୂନଶ୍ଚ ଗାଁର ୧୨ରୁ ଉର୍ଦ୍ଧ ବ୍ୟକ୍ତି ଘରେ ପଶି ୩ଟି ବାଇକ୍ ଗୁଡିକୁ ଦାଣ୍ଡରେ ଭାଙ୍ଗି ନଈକୁ ଫିଙ୍ଗି ଦେଇଥିଲେ । ସେତିକିରେ ସେମାନଙ୍କ ରାଗ ଶାନ୍ତ ପଡିନଥିଲା ଘରେ ଥିବା ଟିଭି, ଫ୍ରିଜ୍‌, ଆଲମିରା ସମେତ ବିଭିନ୍ନ ଆସବାବ ପତ୍ର ଭାଙ୍ଗି ଚୂରମାର୍ କରି ଦେଇଥିଲେ । ଏପରିକି ଘରେ ଥିବା ଏବଂ ମହିଳାମାନେ ପିନ୍ଧିଥିବା ସୁନା ଗହଣା ସମେତ ନଗଦ୍ ୫ ଲକ୍ଷ ଟଙ୍କା ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ମଙ୍ଗଳବାର ରାତିରେ ପୋଲିସ ଗାଁରେ ପହଁଞ୍ôଚଥିଲା । ଆକ୍ରମଣକାରୀମାନେ ଘରେ ନଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଖୋଦ୍ ଚାନ୍ଦବାଲି ଏସଡିପିଓ ଏହି ଘଟଣାରେ ହସ୍ତକ୍ଷେପ କରିଥିବା ଥାନା ସୂତ୍ରରୁ ସୂଚନା ମିଳିଛି । ସୂଚନା ମୁତାବକ, ଏହି ଗାଁର ବୁଦ୍ଧିରାମ ଦାସଙ୍କ ପରିବାରକୁ ଗାଁର କୌଣସି କଥାରେ ଏକଘରିଆ କରାଯାଇଥିଲା ।

ଏହି ପରିବାର ସହିତ କୌଣସି ବ୍ୟକ୍ତି କଥାବାର୍ତ୍ତା ନକରିବାକୁ କୁହାଯାଇଥିଲା । ମାତ୍ର ଗତକାଲି ସଂଧ୍ୟାରେ ଏହି ପରିବାରର ଜଣେ ସମ୍ପର୍କୀୟ ଗାଁକୁ ଆସିଥିଲେ । ତାଙ୍କ ସହିତ ଏତଲାକାରୀଙ୍କ ପୁଅ ଗଗନ କଥା ହୋଇଥିବା ନେଇ ଏପରି ବିବାଦ ଦେଖା ଦେଇଛି । ତେବେ ରାତିରେ ଏହି ପରିବାର ଲୋକେ ନଈ ପାର ହୋଇ ଅନ୍ୟ ଗାଁରେ ଆଶ୍ରୟ ନେଇଥିଲେ । ବୁଧବାର ସକାଳେ ଥାନାରେ ପହଁଞ୍ôଚ ଲିଖିତ ରିପୋର୍ଟ ଦାଖଲ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |