ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଥାନା ରେ ଏତଲା।

52

କଟକ (ଉତ୍କଳ ନ୍ୟୁଜ ) ୧୯-୦୬-୨୦୨୩: ଜୁନାଗଡ ସହର ରେ ଥିବା ହଗରୀ ବନ୍ଧ ରୁ ବେଆଇନ୍ ଭାବେ ମାଟି ଉଠାଣକୁ ନେଇ ଆଜି ଜୁନାଗଡ ବିଡିଓ ତଥା ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁନାଗଡ ଥାନା ରେଏକ ଲିଖିତ ଅଭିଯୋଗ କରିଛନ୍ତି | ସୂଚନା ମୁତାବକ ଏହି ବନ୍ଧ୍ କୁ ଜୁନାଗଡ ର ଶ୍ରୀଚରଣ କୈବର୍ତ୍ତ ଲିଜ ରେ ନେଇଥିବା ବେଳେ ସେ ବେଆଇନ୍ ଭାବେ ବନ୍ଧ ରୁ ମାଟି ନେଉ ଥିବା ଖବର ପାଇ ଆଜି ଜୁନାଗଡ ଏନ୍ ଏ ସି ର କର୍ମଚାରୀ ହଗରୀ ବନ୍ଧ କୁ ଯାଇଥିଲେ। ସେଠାରେ ବେଆଇନ୍ ଭାବେ ଦୁଇଟି ହାଇୱା ତିନୋଟି ଜେସିବି ଓ ଆଠଟି ଟ୍ରାକ୍ଟର ସାହାଯ୍ୟ ରେ ବନ୍ଧ ରୁ ବେଆଇନ୍ ଭାବେ ମାଟି ନେଉଥିବା ଦେଖି ତୁରନ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଦାୟିତ୍ଵ ରେ ଥିବା ଜୁନାଗଡ ବିଡିଓ ଙ୍କୁ ଜଣାଇଥିଲେ l

ଦାୟିତ୍ୱ ରେ ଥିବା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଥାନା କୁ ଯାଇ ଲିଖିତ ଅଭିଯୋଗ କରିଥିଲେ l ଏନେଇ ଜୁନାଗଡ ଥାନା ରେ ଏକ ମାମଲା ରୁଜୁ ହୋଇ ଅଧିକ୍ ତଦନ୍ତ କରୁଥିବା ଜୁନାଗଡ ଥାନା ଅଧିକାରୀ ସୂଚନା ଦେଇଛନ୍ତି l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l