ଭଦ୍ରକ ବିଧାୟକ ବାହାସ୍ପଟ ମାରୁଛନ୍ତି-ବୁଲୁ ପଟ୍ଟନାୟକ , ବନ୍ଧୁ ମିଳନ ଆଳରେ କେଦାରପୁରରେ ରାଜନୈତିକ ସଭାକୁ ନେଇ ଚର୍ଚ୍ଚା

294

କଟକ(ଉତ୍କଳ ନିଉଜ)୧୮/୦୬/୨୦୨୩ : ଭଦ୍ରକ ନିର୍ବାଚନ ମଣ୍ଡଳୀରେ ସେମିତି କୌଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ । ବିଗତ ଚାରି ବର୍ଷ ମଧ୍ୟରେ ନିର୍ବାଚିତ ବିଧାୟକ ସଞ୍ଜିବ ମଲ୍ଲିକ ଯଥୋଚିତ ପଦକ୍ଷେପ ନେଇ ନାହାଁନ୍ତି । ଅଧିକାଂଶ ସ୍ଥଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରାଇ ଦଳୀୟ କନ୍ଦଳ ସୃଷ୍ଟି କରିଛନ୍ତି । ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନଙ୍କର ଉଦ୍ୟମରେ ଭଦ୍ରକରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଥିବା ବେଳେ ସେମାନଙ୍କୁ ଅଣଦେଖା କରି ଏବର ବିଧାୟକ ବାହାସ୍ପଟ ମାରୁଛନ୍ତି । ତାଙ୍କ ଶାସନ କାଳରେ ଭଦ୍ରକରେ ଯେଉଁ ଉନ୍ନତି ହୋଇଛି ତାହା ବିଗତ ୫୦ ବର୍ଷ ଧରି ହୋଇନଥିଲା ବୋଲି କହି ବୁଲୁଛନ୍ତି । ଏହାକୁ ନେଇ ବିଜେଡି ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନିଳମଣି ରାଉତରାୟ, ସ୍ୱର୍ଗତ ହରେକୃଷ୍ଣ ମହତାବ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ଠାରୁ ଆରମ୍ଭ କରି ଯୁଗଳ ପଟ୍ଟନାୟକ ଓ ପ୍ରଫୁଲ ସାମଲ ଆଦି ଭଦ୍ରକ ରାଜନୀତିରେ ସକ୍ରିୟଭାବେ ଅଂଶ ଗ୍ରହଣ କରିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟମାନ ହାତକୁ ନେଇଥିଲେ । ମାତ୍ର ଏବର ବିଧାୟଜ ଶ୍ରୀ ମଲ୍ଲିକ ଏହାକୁ ଅଶ୍ୱିକାର କରୁଥିବା ନେଇ ବିଜେଡି ମହଲରେ ଦ୍ୱନ୍ଦ ସୃଷ୍ଟି କରିଛି । ଏହା ଆଗାମି ଦିନରେ ଦଳ ପାଇଁ ବିସ୍ପୋରଣ ସୃଷ୍ଟି କରିବ । ସମୟ ଆସିଛି ବିଜେଡି କର୍ମୀମାନେ ଏକହୋଇ ଭଦ୍ରକ ନିର୍ବାଚନ ମଣ୍ଡଳୀକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାକୁ ଆଗେଇ ଆସିବା ଲାଗି ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତରେ ରବିବାର ପୂର୍ବାହ୍ନରେ ଆୟୋଜିତ ରଜ ମହୋତ୍ସବ ଉପଲକ୍ଷେ ବନ୍ଧୁ ମିଳନ ଉତ୍ସବରେ ଯୋଗଦେଇ ବିଜେଡିର ଟାଣୁଆ ନେତା ତଥା ସାମାଜିକ ସୁରକ୍ଷା ରାଜ୍ୟ ଉପଦେଷ୍ଟା ଅସିତ କୁମାର ପଟ୍ଟନାୟକ ଓରଫ୍ ବୁଲୁ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଧାୟକ ପ୍ରାର୍ଥି ପାଇଁ ୨୦୧୯ରେ ସେ ଆଶାୟୀ ଥିଲେ । ମାତ୍ର ଦଳ ତାଙ୍କୁ ପ୍ରାର୍ଥି କରିନଥିଲେ ମଧ୍ୟ ସେ ତାଙ୍କ ପିତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟ ଦଳକୁ ବିପୁଳ ବିଜୟର ସ୍ୱାଦ ଚଖାଇଥିଲେ । ମାତ୍ର ନିର୍ବାଚିତ ହେବାପରେ ବିଧାୟକ ନିଜର ହିତାହତ ଜ୍ଞାନ ଭୁଲିଯାଇ ଦଳୀୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଚାଲିଛନ୍ତି । ଏପରିକି ପୌର ନିର୍ବାଚନରେ ପ୍ରମୁଖ ଆଶାୟୀଙ୍କୁ ପୌରାଧ୍ୟକ୍ଷ ପ୍ରାର୍ଥି କରିନଥିବାରୁ ବିଜେଡିର ଆଗଧାଡିର ନେତ୍ରୀ ସ୍ୱାଧିନ ତଥା ବିଜେଡିର ବିଦ୍ରୋହୀ ପ୍ରାର୍ଥିଭାବେ ଉଭା ହୋଇଥିଲେ ଏବଂ ବିଜୟ ହାସଲ ମଧ୍ୟ କରିଛନ୍ତି । ଯାହା ବିଧାୟକଙ୍କ ପାରିଆ ପଣିଆ ଉପରେ ଏକ ବିଶାଳ ପ୍ରଶ୍ନବାଚୀ ସୃଷ୍ଟି କରି ସାରିଛି । ଆଗାମୀ ବିଧାନ ସଭା ନିର୍ବାଚନରେ ବିଜେଡି ଯଦି ଅସିତଙ୍କୁ ପ୍ରାର୍ଥି ନକରନ୍ତି ତେବେ ସେ ସ୍ୱାଧିନ ଭାବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହେବେ ଏବଂ ବିଜୟ ସୁନିଶ୍ଚିତ ବୋଲି ଏହି ବନ୍ଧୁ ମିଳନରେ ଛାମୁଆ ନେତାମାନେ ଭାଷଣବାଜି କରିଥିଲେ । ତେବେ ସାମ୍ବାଦିକମାନଙ୍କ ପ୍ରଶ୍ନବାଣରେ ଅସିତ ନିରବ ନରହି ଦଳ ତାଙ୍କ ପ୍ରାର୍ôଥତ୍ୱକୁ ସମର୍ଥନ କରିବ ନାହିଁ ବୋଲି କାହାକୁ ଜଣାଅଛି ବୋଲି ପାଲଟା ଜବାବ ଦେଇଥିଲେ । ଅନ୍ୟପଟେ ବିଜେଡିରେ କୋଣଠେସା ହୋଇଥିବା ପୌରାଧ୍ୟକ୍ଷା ତଥା ଲଘୁସଂପ୍ରଦାୟର ନେତ୍ରୀ ଗୁଲମକ୍କୀ ହବିବଙ୍କର ଅସିତଙ୍କ ସହ ଉତ୍ତମ ସମ୍ପର୍କ ରହିଥିବା ବେଶ ବାରି ହୋଇଛି । ବିଭିନ୍ନ ସଭା ସମିତିରେ ଉଭୟଙ୍କ ଯୋଗଦାନ ଏବଂ ଭଦ୍ରକର ବିକାଶ କରିବା ଲକ୍ଷ୍ୟରେ ଭାଷଣବାଜି ସମସ୍ତଙ୍କୁ ଚକିତ କରୁଛି । ଉକ୍ତ ବନ୍ଧୁ ମିଳନରେ ଗୁଲମକ୍କୀ ହବିବଙ୍କ ଉପସ୍ଥିତି ବଜେଡି ମହଲରେ ଗୁଞ୍ଜରଣ ସୃଷ୍ଟି କରିବା ସୁନିଶ୍ଚିତ । ଅସିତଙ୍କୁ ବ୍ୟକ୍ତିଗତ ଭାବେ ସମର୍ଥନ କରୁଥିବା ଏବଂ ଅସିତ ପ୍ରାର୍ଥି ହେଲେ ସେ ସମର୍ଥନ କରିବେ ବୋଲି ମଧ୍ୟ ଗୁଲମକ୍କୀ ହବିବ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯାହା ଭଦ୍ରକ ବିଜେଡ ରାଜନୀତି ଏକ ପ୍ରକାର ଗୋଳିଆ ହେବାକୁ ଯାଉଛି । ଉକ୍ତ ବନ୍ଧୁ ମିଳନ ଉତ୍ସବରେ ବିଜେଡି ନେତା ରାଧାକାନ୍ତ ସାମଲ, ପୂର୍ବତନ ଜିଲ୍ଲା ପରିଷଦ ସରୋଜ ନାୟକ, ପୂର୍ବତନ ସରପଞ୍ଚସଚ୍ଚି ମହାନ୍ତି, ଭରତ ତ୍ରିପାଠୀ, ତପନ ନାୟକ, ଶରତ ସ୍ୱାଇଁ ପ୍ରମୁଖ ମଞ୍ଚସୀନ ହୋଇଥିବା ବେଳେ ଶହ ଶହ କର୍ମୀ ସାମିଲ ହୋଇଥିଲେ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନିଉଜ |