ସାହାପୁରରେ ନୂତନ ସେବା ସମବାୟ ସମିତି ଉଦ୍‌ଘାଟିତ |

60

କଟକ (ଉତ୍କଳ ନ୍ୟୁଜ ) ୧୭-୦୬-୨୦୨୩: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇଁ ଏକ ନୂତନ ସେବା ସମବାୟ ସମିତି ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ବଳଭଦ୍ର ମାଠଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ଯୋଗଦେଇ ଚାଷୀଭାଇମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବାଲେଶ୍ୱର-ଭଦ୍ରକ କେନ୍ଦ୍ରିୟ ସମବାୟ ବ୍ୟାଙ୍କର ସଭାପତି ଗଣେଶ ପ୍ରସାଦ ମହାପାତ୍ର, ସମିତିର ସଭାନେତ୍ରୀ ଗୌରୀରାଣୀ କବି ଓ ସମ୍ପାଦିକା ପ୍ରିୟଦର୍ଶନୀ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଦୀର୍ଘଦିନର ଦାବୀକୁ ପାଥେୟ କରି ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ଉଦ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୂତନ ସମିତି ଖୋଲା ଯାଇଛି, ଏଣିକି ଆଉ ଚାଷୀମାନେ ସମସ୍ୟାରେ ପଡିବେ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ସୁଧାଂଶୁ ଡାଙ୍ଗୁଆ, ଶଶିକାନ୍ତ କବି, ଦେବେନ୍ଦ୍ର ମହାକୁଡ, ହେମନ୍ତ ମହାନ୍ତି ପ୍ରହ୍ଲାଦ ମହାକୁଡ ପ୍ରମୁଖ ପରିିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବରେ ବହୁ ଚାଷୀମାନେ ଯୋଗ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।