ନିଟ ପ୍ରବେଶିକା ପରୀକ୍ଷା ରେ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ ର ସଫଳତା |

381

କଟକ (ଉତ୍କଳ ନ୍ୟୁଜ ) ୧୪-୦୬-୨୦୨୩ : ଶିକ୍ଷାଦାନ କରି ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ୁଥିବା ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ କୁ ପୁଣି ମିଳିଛି ଆଉ ଏକ ସଫଳତା | ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ରେ ୨୦ ଜଣ ବିଦ୍ୟାର୍ଥୀ ୯୦ % ରୁ ଅଧିକ ମାର୍କ ରଖି ଟେଟ୍ରାହେଡ୍ରନ ଗୃପ ପାଇଁ ଗୌରବ ଆଣିଥିବା ବେଳେ ସର୍ବଭାରତୀୟ ନିଟ ପ୍ରବେଶିକା ପରୀକ୍ଷା ରେ ମଧ୍ୟ ୪୧ ଜଣ ଛାତ୍ରଛାତ୍ରୀ ୬୦୦ ରୁ ଉର୍ଧ ମାର୍କ ରଖି ଉତ୍ତୀର୍ଣ ହୋଇଛନ୍ତି | ତେବେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ସରକାରୀ କଲେଜ ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି | ଚଳିତବର୍ଷ ଯୁକ୍ତ ଦୁଇ ପାସ କରିଥିବା ୩ ଜଣ ଫ୍ରେଶର ସରକାରୀ ମେଡିକାଲ କଲେଜ ରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି | ୭ ଜଣ ବିଦ୍ୟାର୍ଥୀ ୬୭୦ ରୁ ଉର୍ଧ ମାର୍କ ରଖିଛନ୍ତି | ତେବେ ଚଳିତବର୍ଷ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀ ହେଲେ ଆଶୀର୍ବାଦ ବିଶ୍ୱାଳ ୬୭୫ , ଅନୁପମ ନାୟକ -୬୭୦, ଶକ୍ତି ମିଶ୍ର -୬୬୫ , ଅଭିପ୍ସା ସ୍ୱାଇଁ -୬୬୩ , ବିଶ୍ୱଜିତ ସାମଲ - ୬୬୧ , ଅମ୍ରିତାଂଶୁ ଜେନା ଏବଂ ହିମାଂଶୁ ଶେଖର ରାଉତ ଯୁଗ୍ମ ଭାବେ ୬୬୦ ନମ୍ବର ରଖିଛନ୍ତି | ବିଦ୍ୟାର୍ଥିମାନଙ୍କ ସଫଳତା ରେ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନରେ ଖୁସି ର ମାହୋଲ ସୃଷ୍ଟି ହୋଇଥିଲା | ଏହି ପରିପ୍ରେକ୍ଷୀ ରେ କଲେଜ ପରିସରରେ ନିଟ ରେ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ସମ୍ବର୍ଧନା ସଭା ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ତ୍ରିଦେବ ବେହେରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା | ଉପସ୍ଥିତ ଥିବା ଅଭିଭାବକ ଓ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କ ମଧ୍ୟ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାର୍ଥୀ ମାନେ କିଭଳି ଏହି ଶିକ୍ଷାନୁଷ୍ଠାନ ରେ ନିର୍ଦିଷ୍ଟ ଗାଇଡ଼ ଲାଇନ ମାନି କୃତକାର୍ଯ୍ୟ ହୋଇଛନ୍ତି ତାହା ଉକ୍ତ ସଭା ରେ ଭାବବିହ୍ୱଳ କାନ୍ଥ ରେ ପ୍ରକାଶ କରିଥିଲେ | ଏଥି ରେ ଅନ୍ୟମାନଙ୍କ ମଧ୍ୟ ରେ ବରିଷ୍ଠ ପ୍ରାଧ୍ୟାପକ କୈଳାସ ରାଉତ , ବୈକୁଣ୍ଠ ନାରାୟଣ ଦାସ , ଭାଗିରଥି ମଲ୍ଲିକ , ଅଶୋକ ରାଉଳ , ମିଲନ ସାମଲ , କମଳାକାନ୍ତ ସାହୁ , ଅମିତାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଏହି ସମ୍ବର୍ଧନା ଅବସରରେ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ ପକ୍ଷରୁ ୨୦୨୪ ପାଇଁ ଚଳିତବର୍ଷ ନିଟ ପରୀକ୍ଷା ରେ ଯେଉଁ ବିଦ୍ୟାର୍ଥୀ ୫୯୦ ରୁ ଅଧିକ ନମ୍ବର ରଖିଛନ୍ତି ସେମାନଙ୍କୁ ମାତ୍ର ୧୦ ହଜାର ଟଙ୍କା ରେ ରହିବ ଖାଇବା ସହ କୋଚିଂ ପ୍ରଦାନ କରାଯିବ , ସେହିପରି ୫୭୦ ରୁ ଉର୍ଧ ମାର୍କ ରଖିଥିବା ବିଦ୍ୟାର୍ଥୀ ମାନଙ୍କୁ ୩୦ ହଜାର ଟଙ୍କା , ୫୫୦ ରୁ ଉର୍ଧ ମାର୍କ ରଖିଥିବା ବିଦ୍ୟାର୍ଥୀ ଙ୍କୁ ୫୦ ହଜାର ଟଙ୍କା , ୫୨୫ ରୁ ଉର୍ଧ ରଖିଥିବା ବିଦ୍ୟାର୍ଥୀମାନଙ୍କୁ ୭୦ ହଜାର ଟଙ୍କା ଏବଂ ୫୦୦ ରୁ ଉର୍ଧ ମାର୍କ ରଖିଥିବା ବିଦ୍ୟାର୍ଥୀମାନଙ୍କୁ ୮୦ ହଜାର ଟଙ୍କା ରେ ରହିବ ଖାଇବା ସହିତ କୋଚିଂ ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠାତା ଅଧ୍ୟକ୍ଷ ତ୍ରିଦେବ ବେହେରା ସୂଚନା ଦେଇଥିଲେ |