ଭୁବନେଶ୍ୱର ରେଳ ବିଭାଗ ରେ ଚାଲିଛି ଶ୍ରମିକ ମାରଣ ନୀତି !

259

କଟକ (ଉତ୍କଳ ନ୍ୟୁଜ ) ୧୪-୦୬-୨୦୨୩: ଭୁବନେଶ୍ୱର ରେଳ ବିଭାଗ ରେ ଚାଲିଛି ଶ୍ରମିକ ମାରଣ ନୀତି ଅଭିଯୋଗ କଲେ କାମରୁ ବାହାର କରି ଦିଆଯାଉଛି ଏବଂ ସଠିକ ଦରମା ଦିଆଯାଉନାହିଁ ଏବଂ ଠିକାଦାର ସହ ହାତ ମିଳାଇ ବସିଛି ରେଳ ବିଭାଗ ଆଗାମୀ ଦିନରେ ଭୀମ ଆର୍ମି ଶ୍ରମିକ ସଂଘଠନ ତରଫରୁ ଭୁବନେଶ୍ୱର ରେଳ ସଦନ ଆଗରେ ତିନି ଥର ଧାରଣା ଅନଶନ ଓ ଖୋର୍ଦ୍ଧା ଡ଼ି. ଆର. ଏମ. କାର୍ଯାଳୟ ଆଗରେ ଧାରଣା ଦିଆଯାଇଥିଲା ଗତ ୨୮ ଡିସେମ୍ବର ୨୦୨୨ ରିଖ ଦିନ ଭୀମ ଆର୍ମି ଶ୍ରମିକ ସଂଗଠନ ତରଫରୁ ରେଳ ସଦନ ଆଗରେ ଆମରଣ ଅନଶନ ଦିଆ ଯାଇଥିଲା ଏବଂ ରେଳ ବିଭାଗ ପନ୍ଦର ଦିନର ସମୟ ନେଇଥିଲେ ଏବଂ ରେଳ ବିଭାଗ ପ୍ରତିଶୃତି ପାଣିର ଗାର ପାଲଟି ଯାଇଛି ଫଳରେ ଭୀମ ଆର୍ମି ପକ୍ଷରୁ ୧୨/୦୬/୨୦୨୩ ରିଖ ଦିନ ରେଳ ସଦନ ଆଗରେ ବିଶାଳ ଜନ ଆନ୍ଦୋଳନ କରାଯାଇଛି ଏଥିରେ ଯୋଗ ଦେଇ ଥିଲେ ଭୀମ ଆର୍ମି ରାଷ୍ଟ୍ରୟ ଅଧ୍ୟକ୍ଷ ବିନୟ ରତନ ସିଂ, ଭୀମ ଆର୍ମି ରାଜ୍ୟ ସଭାପତି ଲଙ୍କେଶ ରାବଣ, ରାଜ୍ୟ ଉପସଭାପତି ଆଶିଷ ନାୟକ, ସାଧାରଣ ସମ୍ପାଦକ ଜଗଜୀବନ କୁମାର, ରାଜ୍ୟ ସଚିବ ଭୈରବ ବେହେରା, ବିକାଶ ବୌଦ୍ଧ, ରାଜ୍ୟ ଲୋକ ସମ୍ପର୍କ ଅଧିକାରୀ କୋମଳ ପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି କୁନାଲ ରାବଣ, ଯାଜପୁର ଜିଲ୍ଲା ସଭାପତି ତରଣୀ ମଲିକ ଓ ତିରିଶ ଜିଲ୍ଲା ରୁ ଭୀମ ଆର୍ମି କର୍ମୀ ଓ ଶ୍ରମିକ ଭାଇ ମାନେ ଯୋଗ ଦେଇଥିଲେ ଯଦି ଆଗାମୀ ଦିନରେ କିଛି ସୁଫଳ ନ ମିଳେ ତାହାଲେ ରେଳ ରୋକ କରାଯିବ ବୋଲି ଭୀମ ଆର୍ମି ଖୋର୍ଦ୍ଧା ଜିଲ୍ଲା ସଭାପତି କୁନାଲ ରାବଣ ପ୍ରତିକ୍ରିୟା  ଦେଇଛନ୍ତି । ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।