ତିହିଡ଼ି ଓ ପାଳିଆବିନ୍ଧା ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳ।

346

କଟକ (ଉତ୍କଳ ନ୍ୟୁଜ ) ୧୦-୦୬-୨୦୨୩ : ଭଦ୍ରକ ଜିଲ୍ଲା ତିହିଡ଼ି ମାଧ୍ୟମିକ ବିଦ୍ୟାଳୟର +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ବିଦ୍ୟାଳୟରେ ମୋଟ ୨୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୮୦ଜଣ, ଦ୍ୱିତୀୟ ଶ୍ରେଣୀରେ ୫୫ ଓ ତୃତୀୟ ଶ୍ରେଣୀରେ ୭୬ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ୨୫ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ସେହିପରି ଏକ୍ସରେଗୁଲାରରେ ୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨ଜଣ ଓ ଦ୍ୱିତୀୟ ଶ୍ରେଣୀରେ ଜଣେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ବର୍ଷା ପ୍ରିୟଦର୍ଶନୀ କର ସର୍ବାଧିକ ୫୨୧ ନମ୍ବର ରଖି ବିଦ୍ୟାଳୟର ଟପ୍‌ପର ହୋଇଥିବା ଜଣାଯାଇଛି । ସେହିପରି ପାଳିଆବିନ୍ଧା ସ୍ଥିତ ବିଏନଏମଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳାରେ ମୋଟ ୨୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ରାଧାରାଣୀ ମହାଳିକ ସର୍ବାଧିକ ୫୦୯ ନମ୍ବର ରଖି କଲେଜ ଟପ୍‌ପର ହୋଇଛନ୍ତି । ବିଦ୍ୟାରେ ପ୍ରଥମ ଶ୍ରେଣୀରେ ୫୯ ଜଣ, ଦ୍ୱିତୀୟ ଶ୍ରେଣୀରେ ୫୪ଜଣ ଓ ତୃତୀୟ ଶ୍ରେଣୀରେ ୧୦୭ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୮ଜଣ ଫେଲ୍ ହୋଇଛନ୍ତି । ସେହିପରି ଏକ୍ସ ରେଗୁଲାର ପରୀକ୍ଷାରେ ୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩ଜଣ ଓ ତୃତୀୟ ଶ୍ରେଣୀରେ ୨ଜଣ ପାସ୍ କରିଥିବା ଜଣାଯାଇଛି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |