ଘର ସମ୍ମୁଖରେ ବାଡ଼ ଦେବାକୁ ବିରୋଧ କରିବାରୁ ଆକ୍ରମଣ, ୪ ଆହତ |

170

କଟକ (ଉତ୍କଳ ନ୍ୟୁଜ ) ୯-୦୬-୨୦୨୩ : ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧୀନ ଚାରିତରଫ ଗ୍ରାମରେ ଘର ସମ୍ମୁଖରେ ବାଡ଼ ଦିଆଯିବା ଘଟଣାକୁ ବିରୋଧ କରିବାରୁ ସଂଘର୍ଷ ଘଟି ଗୋଟିଏ ପକ୍ଷର ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛ । ପ୍ରଭାତ କୁମାର ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଗ୍ରାମରେ କେତେକ ବ୍ୟକ୍ତି ଯୋରଜବରଦସ୍ତ ତାଙ୍କ ଘର ସମ୍ମୁଖରେ ବାଡ଼ ବସାଉଥିଲେ । ଏହାକୁ ପ୍ରଭାତ ଓ ଅନ୍ୟମାନେ ବିରୋଧ କରିଥିଲେ । ଗୁରୁବାର ଅପରାହ୍ନ ପ୍ରାୟ ଦେଢ଼ଟା ସମୟରେ ଅପରପକ୍ଷ ବାଡ଼ି, ଲୁହା ରଡ଼ ଆଦି ଧରି ପ୍ରଭାତଙ୍କ ଘରେ ପ୍ରବେଶ କରି ଅତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଭାଇବୋହୁ ପୂଜାରାଣୀ ବିଶ୍ୱାଳଙ୍କୁ ଆକ୍ରମଣ କରି ତାଙ୍କ ସହ ଅଶାଳୀନ ବ୍ୟବହାର କରିଥିଲେ । ଏହାକୁ ଅନ୍ୟ ଭାଇବୋହୁ ଅବନ୍ତୀ ବିଶ୍ୱାଳ ଓ କୁନ୍ତଳା ବିଶ୍ୱାଳ ସେମାନଙ୍କୁ ବିରୋଧ କରିବାରୁ ତାଙ୍କୁ ତଳେ ପକାଇ ଦେଇ ମାଡ଼ ମାରିବା ସହ ସେମାନଙ୍କର ସ୍ୱର୍ଣ୍ଣ ଅଳଙ୍କାର ଲୁଟି ନେଇଥିଲେ । ଆକ୍ରମଣ ସମ୍ପର୍କରେ ଜାଣି ପ୍ରତାପ ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ, ସୁବ୍ରତ ବିଶ୍ୱାଳ ଓ ପ୍ରଭାତ ବିଶ୍ୱାଳ ପହଁଞ୍ôଚଯିବାରୁ ଅପରପକ୍ଷ ସାବଳ, ବାଡ଼ି ଓ ଲୁହାରଡ଼ରେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ପ୍ରତାପ ବିଶ୍ୱାଳ ଗୁରୁତର ଆହତ ହୋଇଛନ୍ତି । ସେହିପରି ପ୍ରଦୀପ ବିଶ୍ୱାଳ, ସୁବ୍ରତ ବିଶ୍ୱାଳ ମଧ୍ୟ ଆହତ ହୋଇଛନ୍ତି । ଏହି ଝାମେଲା ସମୟରେ ଆକ୍ରମଣକାରୀଙ୍କ ତରଫରୁ ଜନୈକା ମହିଳା ଗରମ ପାଣି ଫିଙ୍ଗି ଦେବାରୁ କାହ୍ନା ବିଶ୍ୱାଳ ନାମକ ଜନୈକ ୧୦ ବର୍ଷ ବୟସ୍କ ବାଳକ ଆହତ ହୋଇଛି । ଆହତ ମାନଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା । ତେବେ ପ୍ରତାପଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ପଠାଇ ଦିଆଯାଇଛି । ଏ ନେଇ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |