କାଳବୈଶାଖୀର ତାଣ୍ଡବ |

173

କଟକ (ଉତ୍କଳ ନ୍ୟୁଜ ) ୯-୦୬-୨୦୨୩ : ଭୁବନେଶ୍ବରରେ ଗୁରୁବାର ଅପରାହ୍ନ ରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ବେଗରେ ପବନ ବହିବା ସହିତ ବର୍ଷା ର ତାଣ୍ଡବ ଦଖାଇଥିଲା କାଳବୈଶାଖି। ରାସ୍ତାରେ ଯିବାଆସିବା କରୁଥିବା ଲୋକମାନେ କାଳବୈଶାଖୀ ର ଏହି ପବନକୁ ଦେଖି ଭୟଭୀତ ହୋଇଉଠୁଥିଲେ। ବିଭିନ୍ନ ସ୍ଥାନରେ ଗଛ ର ଡାଳ ଭାଙ୍ଗିବା ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ଗଛ ଡାଳଗୁଡ଼ିକ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ଉପୁଜିଥିଲା। ବିଏମସି ପକ୍ଷରୁ ରାସ୍ତା ସଫା ପରେ ଯାନବାହନ ଚଳପ୍ରଚଳ ହୋଇଥିଲା। ଅପରପକ୍ଷରେ କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ ସରୋବରାହ ବନ୍ଦ ହୋଇଯାଇଥିଲା। କାଳବୈଶାଖୀ ବର୍ଷା ପରେ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। ବିଶେଷ କରି କଳାବୈଶାଖୀ ପ୍ରଭାବରେ ପଟିଆ, ଡମଣା, ଜୟଦେବ ବିହାର, ସହିଦନଗର, ଏହିଭଳି ବିଭିନ୍ନ ସ୍ଥାନରେ ବିଜୁଳି ଅସୁବିଧା ରେ ବିଭ୍ରାଟ ଦେଖାଦେଇଥିଲା। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।