କଟକ ରେ ଚଳିତବର୍ଷ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ |

110

କଟକ (ଉତ୍କଳ ନ୍ୟୁଜ ) ୮-୬-୨୦୨୩ : କଟକ ରେ ଚଳିତବର୍ଷ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି | ରଥଯାତ୍ରା କୁ ସରସ , ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବା ନିମନ୍ତେ ବୈଠକ ରେ ମତ ପ୍ରକାଶ ପାଇଥିଲା | କଟକ ସହର ର ହରିପୁର , ଦୋଳମୁଣ୍ଡେଇ , ଚାନ୍ଦିନୀଚୋୖକ ଓ ରାଣୀହାଟ ସ୍ଥିତ ଜଗନ୍ନାଥ ମନ୍ଦିର ରେ ପରମ୍ପାର ଅନୁଯାୟୀ ଶ୍ରୀ ଜୀଉମାନଙ୍କ ରଥଯାତ୍ରା ଅନୁଷ୍ଠିତ ହେବ | ଚଳିତବର୍ଷ ରଥଯାତ୍ରା ରେ ସଂଖ୍ୟାଧିକ ଜଗନ୍ନାଥ ପ୍ରେମୀ ଙ୍କ ଯୋଗଦାନ କୁ ଦୃଷ୍ଟି ରେ ରଖି ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତ କରିଣ ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ନିମନ୍ତେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ . ଭବାନୀ ଶଙ୍କର ଚୟନି ଗୁରୁତ୍ୱାରୋପ କରିଥିଲେ | ରଥ ନିର୍ମାଣ , ନୀତି ନିର୍ଘଣ୍ଟ , ପ୍ରସ୍ତୁତି , ରାସ୍ତାଘାଟ ର ମରାମତି , ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଣ , ନିରବିଛିନ୍ନ ବିଦ୍ୟୁତ ସେବା ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କୁ ପ୍ରଚଣ୍ଡ ତାତି ରୁ ରକ୍ଷାକରିବା ନିମନ୍ତେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଂଚନ , ଆଶୁ ଚିକିତ୍ସା ସେବା ଓ ରଥ ନିକଟରେ ଆମ୍ବୁଲାନ୍ସ ମୁତୟନ , କେବୁଲ ତାର ଅପସାରଣ , ରଥଯାତ୍ରା ସମୟ ରେ ସହରରେ ଦିବାରାତ୍ର ପରିମଳ ବ୍ୟବସ୍ଥା , ଜଳନିସ୍କାସନ , ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା , ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବ୍ୟବସ୍ଥା ସମ୍ୱନ୍ଧ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା | ବୈଠକ ରେ ଯୋଗଦେଇ କଟକ ମହାନଗର ପୂଜା କମିଟି ର ସାଧାରଣ ସମ୍ପାଦକ ତଥା ମାନ୍ୟବର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ କହିଲେ ଯେ , ରଥଯାତ୍ରା ସମ୍ଵନ୍ଧିତ ସମସ୍ତ କାର୍ଯ୍ୟକ୍ରମ କୁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଷ୍ଠା ର ସହିତ ସମନ୍ୱୟ ରାକ୍ଷାପୁର୍ବକ ଅନୁପାଳନ କରିବାରେ ଆଵଶ୍ୟକତା ରହିଛି | ନିର୍ଧାରିତ ସମୟ ଅବଧି ପୂର୍ବ ରୁ ସମସ୍ତ ପକ୍ଷ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ | ରାଜ୍ୟ ନିରାମୟ ଯୋଜନା ରେ ପରାମର୍ଶଦାତା ତଥା ଓଡିଶା ମୋ ପରିବାର ର କଟକ ଅଧ୍ୟକ୍ଷ ଡ଼ଃ . ରଞ୍ଜନ କୁମାର ବିଶ୍ୱାଳ ବୈଠକ ରେ ଯୋଗଦେଇ ରଥଯାତ୍ରା ଅନୁଷ୍ଠିତ ହେଉଥିବା ସମସ୍ତ ତିନୋଟି ଅଂଚଳ ରେ ସମ୍ପୃକ୍ତ ପ୍ରତ୍ୟେକ ବିଭାଗ ନିଜନିଜ ମଧ୍ୟ ରେ ସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ | ପ୍ରାରମ୍ଭ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଚଳିତ ବର୍ଷ ରଥଯାତ୍ରା ସହର ରେ ଅନୁଷ୍ଠିତ ହେଉଥିବା ରୁ ସମସ୍ତ ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ବନ୍ଧ ରେ ଆଲୋକପାତ କରିବା ସହ ସଭାକାର୍ଯ୍ୟ ସଂଯୋଜନା କରିଥିଲେ | ବୈଠକ ରେ ଚାନ୍ଦିନୀଚୋୖକ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି , କାର୍ଯ୍ୟକରି ସଭାପତି ଭିକାରି ଦାସ , ହରିପୁର , ଦୋଳମୁଣ୍ଡେଇ ରଥଯାତ୍ରା ପରିଚାଳନା କମିଟି ର ସମ୍ପାଦକ ଲିଙ୍ଗରାଜ ହାତୀ , ରାଣୀହାଟ ରଥଯାତ୍ରା ପରିଚାଳନା କମିଟି ର ସଭାପତି ବିଜୟ କୁମାର ସାହୁ , ସନ୍ତୋଷ କୁମରେ ରଥ , ସଭାପତି ରଥଯାତ୍ରା ପରିଚାଳନା କମିଟି ପିଠାପୁର ଅମ୍ବିକା ପ୍ରସାଦ ସାମଲ , ସଭାପତି ଯୋବ୍ରା ରଥଯାତ୍ରା ପରିଚାଳନା କମିଟି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରୁ ଉପଯୁକ୍ତ ସମନ୍ୱୟ ରକ୍ଷା ଦିଗ ରେ ପ୍ରସ୍ତାବମାନ ଉପସ୍ଥାପନା କରିଥିଲେ | ଅନ୍ୟମାନଙ୍କ ମଧ୍ୟ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅମ୍ବର କୁମାର କର , ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପୂର୍ଣଚନ୍ଦ୍ର ମିଶ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର ସତ୍ୟବ୍ରତ ଛୋଟରାୟ , ତହସିଲଦାର କଟକ ସଦର ଡ଼ଃ. ମାନସ ରଞ୍ଜନ ଭୋଇ , ଉପଜିଲ୍ଲାପାଳ କଟକ ସଦର କମଳଜିତ ଦାସ , କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର , ଅତିର୍କିତ ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି ଙ୍କ ସମେତ ଯନ୍ତ୍ରୀ ଦୂରସଂଚାର , ଅଗ୍ନିଶମ ସେବା ଅଧିକାରୀ ଜନସ୍ୱାସ୍ଥ୍ୟ ଅଧିକ୍ଷଣ ଯନ୍ତ୍ରୀ ଙ୍କ ପ୍ରତିନିଧି , ବିଭିନ୍ନ ପୂଜା କମିଟି ର ସଭ୍ୟ ଓ ବିଭାଗୀୟ ଅଧିକାରୀମାନେ ବୈଠକ ରେ ଉପସ୍ଥିତ ଥିଲେ |