ଓଡ଼ିଶା ମୋ ଘର ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ |

154

କଟକ (ଉତ୍କଳ ନ୍ୟୁଜ ) ୭-୦୬-୨୦୨୩ : ରାଜ୍ୟ ସରକାର ଓଡ଼ିଶା ମୋ ଘର ଯୋଜନା ଆରମ୍ଭ କରିଛନ୍ତି । ଜଣେ ବ୍ୟକ୍ତି ଶସ୍ତାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ଘର କରିପାରିବ । ଯେଉଁ ପରିବାର ଗୁଡ଼ିକର ମାସିକ ଆୟ ୨୫ ହଜାର ଟଙ୍କାରୁ କମ ଥିବ ସେହିମାନେ ଏହି ଯୋଜନାର ଭାଗୀଦାର ହୋଇପାରିବେ । ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତିହିଡ଼ି ବ୍ଳକରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତିହିଡ଼ି ବିଡିଓ ଜ୍ୟୋତିର୍ମୟ କର ଏହାକୁ ଉଦ୍‍ଘାଟନ କରିଥିଲେ । ବ୍ଲକର ଆକାଉଣ୍ଟସ ଅଫିସର ଓ ଅନ୍ୟ ଅଧିକାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ପ୍ରମୁଖ ଯୋଗଦେଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |