ବାହାନଗା ରେଳ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ଅମର ଆତ୍ମା ମାନଙ୍କ ଉଦ୍ଧେଶ୍ୟ ରେ କ୍ୟାଣ୍ଡେଲ ଶୋଭାଯାତ୍ରା |

168

କଟକ (ଉତ୍କଳ ନ୍ୟୁଜ ) ୦୬-୦୫-୨୦୨୩ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ରବିବାର ସନ୍ଧ୍ୟା ରେ ବାଲେଶ୍ଵର ରେଳ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ଅମର ସାରଥୀ ଓ ମେଡ଼ିକାଲରେ ଚିକିତ୍ସାଧୀନ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା ଉଦ୍ଧେଶ୍ୟରେ ମହମବତୀ ଶୋଭାଯାତ୍ରା କରାଯାଇଥିଲା ।ବେଗୁନିଆ ବ୍ଲକର ବାଘମରୀ ମହିଳା ମହାବିଦ୍ୟାଳୟ ଠାରୁ ବାହାରି ପେଟ୍ରୋଲ ଟlଙ୍କି ପର୍ଯ୍ୟନ୍ତ ଯାଇ ଏକ ନୀରବ ପ୍ରାର୍ଥନା କରାଯିବା ସହିତ ପ୍ରଭୁ ହଟକେଶ୍ୱର୍ ଙ୍କ ନିକଟରେ ମୃତକ ଙ୍କ ଆତ୍ମା ର ସଦଗତି ଓ ଆହlତ ମାନଙ୍କର ଆଶୁ ଆରୋଗ୍ୟ କାମନା କଲେ ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ,ବାଘମାରି ସରପଞ୍ଚ ମାନସ ରଂଜନ ବିଶ୍ବାଳ,ସତ୍ୟନାରାୟଣ ପ୍ରଧାନ ସମସ୍ତ ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧି,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବହୁତ ସଂଖ୍ୟାରେ ଜନସାଧରଣ ଲୋକମାନେ ଉପସ୍ଥିତ ରହିଥିଲେ । ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।