ରାମାନୁଜ ବିଦ୍ୟାପୀଠ ୧୯୮୩ ମାଟ୍ରିକ ବ୍ୟାଚ ବନ୍ଧୁମିଳନ।

271

କଟକ (ଉତ୍କଳ ନ୍ୟୁଜ ) ୩୧-୦୫-୨୦୨୩ : ବିଦ୍ୟାଳୟ ଜୀବନର ସ୍ମୃତି ସଦା ସର୍ବଦା ମନ ଭିତରେ ସତେଜ ରହିଥାଏ । ବନ୍ଧୁ ମିଳନ ହେଉଛି ଏହି ସ୍ମୃତିକୁ ଆହୁରି ସୁଦୃଢ଼ କରିବାର ଏକ ମାଧ୍ୟମ । ପୁରୁଣା ସହପାଠୀଙ୍କ ସହ ମିଶି ଭାବ ବିନିମୟ କରିବା ମନକୁ ସତେଜ କରିଥାଏ ବୋଲି ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧା ପଞ୍ଚାୟତରେ ଅବସ୍ଥିତ ରାମାନୁଜ ବିଦ୍ୟାପୀଠରେ ୧୯୮୩ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବରେ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି । ପୁରାତନ ଛାତ୍ର ସରୋଜ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଜୟକୃଷ୍ଣ ନାୟକ, ଆର. ଭିଟାଲ ରାଓ, ଭାଗିରଥି ସାହୁ, ସହାୟକ ରଣଜିତ ପ୍ରସାଦ ଦାସଙ୍କ ସମେତ ପତ୍ରକାର ରାମନାରାୟଣ ନାୟକ ଓ ଅବସରପ୍ରାପ୍ତ ଡିଏଫଓ ରମାକାନ୍ତ ନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କର ସ୍ମୃତି ଓ ଅନୁଭୂତିକୁ ପରସ୍ପର ମଧ୍ୟରେ ବାଣ୍ଟିଥିଲେ । ଏହି ଅବସରରେ ପୁରାତନ ଛାତ୍ର ମାୟାଧର ବେହେରା ନିଜର ସ୍ୱରଚିତ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟରେ ଚଳିତ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୟସଲିପ୍ସା ମଲିକ, ଦିପ୍ତିମୟୀ ଦାସ ଓ ଅବିନାଶ ସେଠୀଙ୍କୁ ଅର୍ଥ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଆନନ୍ଦ, ବିଜୟ, ଖଗେଶ୍ୱର, ଦିଲିପ, ମାୟାଧର, ନିତ୍ୟାନନ୍ଦ, ଜ୍ଞାନରଂଜନ, ସତ୍ୟରଂଜନ, ବ୍ରଜ, ସାଧୁ, ରମାକାନ୍ତ, ଶୁକଦେବ, ସୁରେଶ, କାଞ୍ଚନ, ଚିନ୍ମୟୀ, ସୁମତୀ, ବୀଣା, ପ୍ରୀତିପ୍ରତିମା, ବୈଜୟନ୍ତୀ, ରଙ୍ଗାଧର, ରଂଜନ, କାର୍ତ୍ତିକ, ଅଜିତ, ଅଶୋକ ପ୍ରମୁଖ ଛାତ୍ରଛାତ୍ରୀମାନେ ଯୋଗଦେଇ ସେମାନଙ୍କର ଛାତ୍ର ସମୟର ସ୍ମୃତି ବର୍ଣ୍ଣନା କରିଥିଲେ । ପୁରାତନ ଛାତ୍ର ସରୋଜ ଦାସ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |