ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ଶୀର୍ଷକ ଗ୍ରୀଷ୍ମକାଳୀନ ଶିବିର ଉଦ୍‍ଯାପିତ |

159

କଟକ (ଉତ୍କଳ ନ୍ୟୁଜ ) ୩୧-୦୫-୨୦୨୩: ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ‘ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା’ ଶୀର୍ଷକ ଏକ ଗ୍ରୀଷ୍ମକାଳୀନ ସେବା ଶିବିର ତିନି ଦିନ ଧରି ଅନୁଷ୍ଠିତ ହୋଇ ବୁଧବାର ଦିନ ଉଦ୍‍ଯାପିତ ହୋଇ ଯାଇଛି । ତିହିଡ଼ିସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ୩୦ ଜଣ ଯୁବକ ଯୁବତୀ ଯୋଗଦେଇ ବେଦ, ବେଦାନ୍ତ, ଉପନିଷେଦ, ସର୍ବଧର୍ମ ସମନ୍ୱୟ, ସଦାଚାର, ସଦଗୁଣ ଆଦି ଉତ୍ତମ ମଣିଷ ହେବା ପାଇଁ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ସତ୍ୟସାଇ ସେବା ସଂଗଠନରେ ବାଳବିକାଶ ଓ ‘ମାନବ ସେବା ହିଁ ମାଧବ ସେବା’ ମାଧ୍ୟମରେ ଜଣେ ଭଲ ମଣିଷ ହୋଇ ପାରିବ ବୋଲି ପ୍ରଶିକ୍ଷକମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଭଦ୍ରକର ଜିଲା ସଭାପତି ନକୁଳ ଜେନା, ଜିଲା ସଂଯୋଜକ ପଙ୍କଜ ନାୟକ, ରାଜୀବ ଲୋଚନ ସାହୁ, ପ୍ରତାପ ଭଞ୍ଜ, ସତଜିତା ଦାସ, ଲିଜୁନ ଅପା, ରାଜ୍ୟ ସଦସ୍ୟ ଅନିରୁଦ୍ଧ ଦାସ, ଶ୍ରୀ ସତ୍ୟସାଇ ଦିବ୍ୟ ବିହାରର ସମ୍ପାଦକ ପାର୍ଥସାରଥି ନାୟକ, ତିହିଡ଼ି ସମିତିର ଆବାହକ ଜିତେନ୍ଦ୍ର ବେହେରା, ଓ ତିହିଡ଼ି ସଂଗଠନର ଭାଇ ଭଉଣୀମାନେ ଉପରୋକ୍ତ ଶିବିରରେ ଯୋଗଦେଇ ଶିବିରାର୍ଥୀଙ୍କୁ ଉଦ୍‍ବୋଧନ ଦେଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ | ।