ମୋବାଇଲ ଓ ସୁନା ଚେନ ଚୋରି ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ।

180

କଟକ (ଉତ୍କଳ ନ୍ୟୁଜ ) ୩୦-୦୫-୨୦୨୩ : ଆକ୍ସନ ମୋଡ଼ରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ ଚୋରା କୋଇଲା ହେଉ ଅବା ଡକାୟତି ପ୍ରତିଟି ଘଟଣା ଉପରେ କଡ଼ା ନଜର ରଖିଛି। ବିଭିନ୍ନ ସମୟରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଜଡ଼ିତ ଥିବା ଅପରାଧୀଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଏବେ ପୁଣି ଦୁଇ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି। ସୂଚନାନୁଯାୟୀ, ଗତ ତା ୨୮-୫-୨୩ ରିଖ ଚାନ୍ଦବାଲି ଅଞ୍ଚଳର ଦୁଇ ଜଣ ଯୁବକ ବିଳମ୍ବିତ ରାତିରେ ଏକ ବୋଲେର ଡ୍ରାଇଭର ଠାରୁ ମୋବାଇଲ ଫୋନ ଛଡ଼େଇନେବା ସହିତ ସୁନା ଚେନ ମଧ୍ୟ ଛଡାଇ ନେଇଥିଲେ । ଚାନ୍ଦବାଲି ଥାନାରେ ଡ୍ରାଇଭର ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ କେଶ ନମ୍ବର ୧୭୧/୨୩ ମୂଳେ ଆଜି ଦୁଇ ଜଣ ଅଭିଯୁକ୍ତକୁ ଧରି କୋର୍ଟ ଚାଲାଣ କରିଛି। ଦୁଇ ଅଭିଯୁକ୍ତ ଚାନ୍ଦବାଲି ଗରୀପୁର ଗ୍ରାମର ଚନ୍ଦନ ଦାସ ଏବଂ ବରେଇଁ ପୁର ଗ୍ରାମର ଅଶୋକ ଦାସ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଦୁଇ ଅଭିଯୁକ୍ତ ଅଭ୍ୟାସଗତ ଭାବରେ ପୂର୍ବରୁ ଅନେକ ଡକାୟତି ଏବଂ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ବେଳେ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ୧୧ ଟି ମାମଲାରେ ଜଡିତ ରହିଥିବା ସୂଚନା ଦେଇଛନ୍ତି ଚାନ୍ଦବାଲି ଥାନା ଅଧିକାରୀ ମୃତ୍ୟଞ୍ଜ ପ୍ରଧାନ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |