ପିଏସଏସ ହାଇସ୍କୁଲର ୧୯୯୪ ବ୍ୟାଚ ର ବନ୍ଧୁ ମିଳନ |

896

କଟକ (ଉତ୍କଳ ନ୍ୟୁଜ) ୩୦-୦୫-୨୦୨୩: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ (ପୀରହାଟ ଶାନ୍ତି ଶୈଳେନ୍ଦ୍ର(ପିଏସଏସ) ହାଇସ୍କୁଲର ୧୯୯୪ ବେଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ସୁରେଶ ମିଶ୍ର, ଶଶିକାନ୍ତ ନାୟକ,ସାଇରମଣ ମହାନ୍ତି ଓ ରଶ୍ମିପ୍ରଭା ବାରିକଙ୍କ ପରିଚାଳନାରେ ପୂର୍ବତନ ଶିକ୍ଷକ ହରିହର ବେହେରା, ହରେକୃଷ୍ଣ ମହାକୁଡ, ସାଧୁଚରଣ ମିଶ୍ର, ଉତ୍ତମ ବେହେରା, ସୁରେନ୍ଦ୍ର ପଲେଇ, ସୁମତି ଦିଦି, ତାରାକାନ୍ତ ପଣ୍ଡା ଏବଂ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର ପରିହାରି ପ୍ରମୁଖ ମଞ୍ଚାସୀନ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସଂପ୍ରତି ହାଇସ୍କୁଲର ଉନ୍ନତି ମୂଳକ କାର୍ଯ୍ୟରେ ଏବଂ ମୋ ସ୍କୁଲ ଅଭିଯାନରେ ଆର୍ଥିକ ସହଯୋଗ କରିବା ଲାଗି ପରାମର୍ଶ ଦେଇଥିଲେ । ସଞ୍ଜୟ ବଳ, ବିପିନ ବାରିକ, ଅଲେଖ କୁମାର ସାହୁ ଓ ଚିତ୍ତରଞ୍ଜନ ମହାନ୍ତିଙ୍କ ପ୍ରମୁଖ ସହଯୋଗରେ କ୍ଷଣପ୍ରଭା ମହାକୁଡ଼, ଶୁଭଙ୍କର ପାଣିଗ୍ରାହୀ, ଅଜୟ ମହାନ୍ତି, ସୁଧିର ପାଢ଼ୀ, ବିଭୁଦତ୍ତ ମିଶ୍ର,ବିଜୟ ଜେନା, ମଧୁସ୍ମିତା କର, ଗୀତାଞ୍ଜଳି ବାରିକ, ରବୀନ୍ଦ୍ର ସାହୁ, ରବୀନ୍ଦ୍ର ବାରିକ, ପ୍ରଦୀପ ବଳ, ମୁରଲୀ ଦାସ, ଗୁରୁ କଲ୍ୟାଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ମେଟ୍ରିକ୍ ପରୀକ୍ଷାରେ ହାଇସ୍କୁଲର ସଫଳତା ମିଳିନଥିବା ନେଇ କ୍ଷୋଭ ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀଙ୍କ ଆନୁପାତି ହାର ଅନୁଯାଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅଭାବ ଏହାର ମୂଳ କାରଣ ବୋଲି ମତପ୍ରକାଶ ପାଇଥିଲା । ଜିଲ୍ଲା ପ୍ରଶାସନ ଏଦିଗରେ ବିହିତ ପଦକ୍ଷେବ ନେବାକୁ ଏହି ବନ୍ଧୁ ମିଳନ ଜରିଆରେ ନିବେଦନ କରାଯାଇଛି । ମୁଖ୍ୟ ରାସ୍ତା ପାଶ୍ୱର୍ରେ ତୋରଣ ନିର୍ମାଣ ସହିତ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତା ମରାମତି ଆଦି ଦାବି କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ  ।