ସ୍ବର୍ଗତ ସ୍ଵର୍ଣ୍ଣଲତା ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ |

111

କଟକ (ଉତ୍କଳ ନ୍ୟୁଜ ) ୨୭-୦୫-୨୦୨୩ : କଟକ ମହାନଗର ନିଗମ ୫୬ ନମ୍ବର ୱାର୍ଡ ଅନ୍ତର୍ଗତ ବାଲିକୁଦା ଗ୍ରାମ ର ପଞ୍ଚାନନ ସ୍ୱାଇଁ ଙ୍କ ଧର୍ମପତ୍ନୀ ସ୍ବର୍ଗତ ସ୍ଵର୍ଣ୍ଣଲତା ସ୍ୱାଇଁ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ନୂଆବଜାର ସ୍ଥିତ ତାଙ୍କ ବାସଭବନ ରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସେ ଜଣେ ଧର୍ମପରାୟଣ , ପରାଉପକାରୀ , ମିଷ୍ଟଭାଷୀ ଓ ମେଳାପୀ ସ୍ୱଭାବ ର ମହିଳା ଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ସମାଜସେବୀ ସୁକାନ୍ତ ସେଠି ଯୋଗଦେଇ ସ୍ବର୍ଗତ ସ୍ଵର୍ଣ୍ଣଲତା ଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ପରିବାର ବର୍ଗ ଙ୍କ ସହ ପ୍ରଶାନ୍ତ ରାଉତ , ସନାତନ ସେଠି , ସୁଜିତ ସ୍ୱାଇଁ , ଜଗା ଦାସ , ବଳରାମ ସ୍ୱାଇଁ , ନିକି ଦାସ , ଟିକମ ସ୍ୱାଇଁ , ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | କଟକ ରୁ ପ୍ରତାପ ଚନ୍ଦ୍ର ସେନାପତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |