ଅସୁରକ୍ଷିତ ଭଦ୍ରକ ସହର, ଦିନ୍ ଦହାଡେ ଛିନ୍ତାଇର ଶିକାର ହେଲେ ମହିଳା।

281

କଟକ(ଉତ୍କଳ ନିଉଜ)୨୬/୦୫/୨୦୨୩ : ଅସୁରକ୍ଷିତ ଭଦ୍ରକ ସହର, ଦିନ୍ ଦହାଡେ ଛିନ୍ତାଇର ଶିକାର ହେଲେ ମହିଳା। ଅଟୋରେ ଆସୁଥିବା ମହିଳା ଙ୍କୁ ଅଟକାଇ ୪ ଜଣ ଦୁର୍ବୁତ୍ତ ଅଭିନଵ ଉପାୟରେ ଲୁଟି ନେଲେ ସୁନା ଚେନ ଓ ସୁନା ବାହୁଟି। ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ପୋଷ୍ଟ ଅଫିସ ଛକ ନିକଟରେ। ଶୁକ୍ରବାର ଅପରାହ୍ନରେ ରାଣୀତାଲ ମଇତାପୁର ଅଂଚଳର ନିରୋଦଵାଳା ମହାନ୍ତି ନାମକ ଜଣେ ମହିଳା କଟକରୁ ଆସୁଥିବା ନିଜ ପୁଅ ଝିଅଙ୍କୁ ବସ ଷ୍ଟାଣ୍ଡରୁ ନେବାକୁ ଗୋଟିଏ ଅଟୋ ରେ ଆସୁଥିଲେ। ତେବେ ଅଟୋଟି ଭଦ୍ରକ ସହରସ୍ଥିତ ପୋଷ୍ଟ ଅଫିସ ଛକ ନିକଟରେ ବୁଲାଉ ଥିବା ବେଳେ ୪ ଜଣ ଯୁବକ ହଠାତ ଆସି ପୋଲିସର ପରିଚୟ ଦେଇ ଗାଡିଟିକୁ ଅଟକାଇଥିଲେ। ପରେ କାଳବିଳମ୍ବ ନକରି ମହିଳାଙ୍କ ବେକରୁ ସୁନା ହାର ଓ ବାହୁଟି ଛିନ୍ତାଇ କରି ତାଙ୍କୁ ଏମିଟେସନ ଧରାଇ କେଉଁ ଆଡେ ପଳାଇ ଯାଇଛନ୍ତି। ଏ ସମ୍ପର୍କରେ ମହିଳା ଜଣଙ୍କ ଟାଉନ ଥାନାରେ ଜଣାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଘଟଣା ସ୍ଥଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଗୁଡିକୁ ଯାଞ୍ଚ କରୁଛି। ତେବେ ପୋଲିସ ପ୍ରତି ଲୁଟେରାଙ୍କ ଭୃକ୍ଷେପ ନଥିବା ସ୍ପଷ୍ଟ ବାରି ବୋଇଛି। ପୋଲିସର ପରିଚୟ ଦେଇ ଦିନ୍ ଦହାଡେ ଏପରି ଛିନ୍ତାଇ ଘଟଣା ପୋଲିସର କାର୍ଯ୍ଯ ଦକ୍ଷତା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |