ଭୁବନେଶ୍ୱର ରେ କାଳବୈଶାଖୀ ର ତାଣ୍ଡବଲୀଳା |

152

କଟକ (ଉତ୍କଳ ନ୍ୟୁଜ ) ୨୫-୦୫-୨୦୨୩: ଭୁବନେଶ୍ୱର ଭିନ୍ନ ଭିନ୍ନ ସ୍ଥାନ ରେ କାଳବୈଶାଖୀ ର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଦିବା ୨ ଘଣ୍ଟିକା ଠାରୁ ଏହି କାଳବୈଶାଖୀ ଯେଉଁଭଳି ତାଣ୍ଡବଲୀଳା ରଚିଥିଲା ତାହାକୁ ଦେଖି ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ହଠାତ୍ ବର୍ଷା ହେବା ସହିତ ବିଜୁଳି ଓ ଘଡଘଡି ଓ ରାସ୍ତା ଉପରେ ଗଛ ଭାଙ୍ଗି ପଡୁଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହା ଫଳରେ ରାସ୍ତାରେ ଯାନବାହାନ ଚଳାଚଳ କମିଯାଇଥିଲା। ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।