ବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଦ୍ଭୁତ୍‌ପୂର୍ଣ୍ଣ ସଫଳତା।

48

କଟକ (ଉତ୍କଳ ନ୍ୟୁଜ ) ୨୦-୦୫-୨୦୨୩: ଚଳିତ ମେଟ୍ରିକ୍ ପରୀକ୍ଷା ଫଳାଫଳରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଅଦ୍ଭୁତ୍‌ପୂର୍ଣ୍ଣ ସଫଳତା ହାସଲ କରିଛି । ଏହି ବ୍ଲକର ମୋଟ୍ ୩୫ଟି(ସରକାରୀ, ଏଡେଡ ଓ ବ୍ଲକ ଗ୍ରାଣ୍ଟ) ସ୍କୁଲଗୁଡିକୁ ପଛରେ ପକାଇ ଘରୋଇ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଆଜି ଏପରି ସଫଳତା ପାଇଛି । ଏହି ବ୍ଲକରେ ୨୨ ଜଣ ଛାତ୍ରଛାତ୍ର ଏୱାନ୍ ଗ୍ରେଡ୍ ପାଇଥିବା ବେଳେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ୮ ଜଣ ଛାତ୍ରଛାତ୍ରୀ ପାଇଥିବା ଜଣାଯାଇଛି । ଉନ୍ନତମାନର ଶିକ୍ଷାଦାନ ସହିତ ଉଚ୍ଚକୋଟିର ଶୈକ୍ଷିକ ବାତାବାରଣ ଏପରି ସଫଳତା ହାସଲ କରିବାରେ ସକ୍ଷମ ହୋଇ ପାରିଛି । ବିଗତ ବର୍ଷ ଧରି ଏହି ଘରୋଇ ସ୍କୁଲକୁ ସିଧାସଳଖ ହାଇସ୍କୁଲ ପରୀକ୍ଷା ଦେବାରେ ସୁଯୋଗ ମିଳିନଥିଲା । ସାହାପୁର ପଞ୍ଚାୟତ ଅଧୀନ କଣ୍ଡରାଗଡ଼ିଆସ୍ଥିତ ମୀନମୁନୀ ହାଇସ୍କୁଲରରେ ଏହି ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷା ଦେଇଥିଲେ । ତେବେ ଏବେଠାରୁ ଏହି ସ୍କୁଲକୁ ହାଇସ୍କୁଲ ପରୀକ୍ଷା ଦେବାର ସୁଯୋଗ ମିଳିଥିବା ଜଣାଯାଇଛି । ବ୍ଲକର ଟପର ଭାବେ ୩ ଜଣ କୃତିତ୍ୱ ହାସଲ କରିଥିବା ବଳେ ଅନ୍ୟ ୫ ଜଣ ମଧ୍ୟ ଭଲ ମାର୍କ ରଖିଛନ୍ତି । ସୁଶ୍ରୀ ସଂଗୀତା ଦାଶ ୫୬୯ ନମ୍ବର ରଖିଥିବା ବେଳେ ସସ୍ମିତା ମାଝୀ ୫୫୩, ଅଭିଜିତ ବଳ ୫୫୨, ଆଶୁତୋଷ କରି ୫୫୧, ସୁଭ୍ରାଂଶୁ ପଣ୍ଡା ୫୫୦, ପ୍ରାଚୀପ୍ରଭା ନାୟକ ୫୪୧, ଲିସାରାଣୀ ପଣ୍ଡା ୫୪୦, ବିକାଶ କୁମାର ନାୟକ ୫୪୦ ମାର୍କ ରଖିଥିବା ଜଣାଯାଇଛି । ପ୍ରତିବର୍ଷ ଏହି ସ୍କୁଲ ମେଟ୍ରିକ୍ ପରୀକ୍ଷାରେ ଭଳ ଫଳାଫଳ ହାସଲ କରିଥାନ୍ତି । ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷାକର୍ମୀମାନଙ୍କ ଅଗାଧ ପରିଶ୍ରମ ଫଳରେ ଛାତ୍ରଛାତ୍ରୀମାନେ ଏପରି ସଫଳତା କରି ଆସୁଥିବା ନେଇ ଚର୍ଚ୍ଚା ହେଉଛି । ଏହି ଘରୋଇ ବିଦ୍ୟାଳୟର ମୋଟ ୫୫ ଜଣ ପରୀକ୍ଷା ଦେଇଥିଲେ ଏବଂ ସମସ୍ତ କୃତିତ୍ବ ହାସଲ କରିଥିବା ଜଣା ଯାଇଛି। ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।