ମା ମାନଙ୍କ ବିକାଶ ରେ ହିଁ ଅଞ୍ଚଳ ର ବିକାଶ ସମ୍ଭବ : ୫ଟି ସଚିବ |

108

କଟକ (ଉତ୍କଳ ନ୍ୟୁଜ ) ୧୯-୦୫-୨୦୨୩ : ୫ଟି ସଚିବ କଲାହାଣ୍ଡି ଗସ୍ତ ନେଇ ଚଳ ଚଞ୍ଚଳ ହୋଇ ଉଠି ଥିବା ବେଳେ ସ୍ତାନୀୟ ଲଙ୍କେଶ୍ଵରୀ ମନ୍ଦିର ପାରିପାର୍ଶ୍ବିକ ଉନ୍ନତି କରଣ ପାଇଁ ଅଢେଇ କୋଟି ଟଙ୍କା ଅନୁମୋଦନ କରିଛନ୍ତି l ସେହି ପରି ସ୍ତାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିଦର୍ଶନ କରି ଏହାର ଉନ୍ନତି କରଣ ପାଇଁ ସ୍ଵତନ୍ତ୍ର ଭାବେ ଅନୁଧ୍ଯାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ୫ ଟି ସଚିବ ଭି କେ ପାଣ୍ଡିଆନ୍ ତାଙ୍କର କଳାହାଣ୍ଡି ଗ୍ରସ୍ତ ସିଡୁଲ ପ୍ରୋଗ୍ରାମ ମଧ୍ୟରେ ଜୁନାଗଡ ଲଙ୍କେଶ୍ଵରୀ ମନ୍ଦିର ପରିଦର୍ଶନ ଏବ୍ଂ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିଦର୍ଶନ ରହିଥିଲା l ୫ଟି ସଚିବ ଙ୍କ ପରିଦର୍ଶନ ଏହି ନିର୍ଦ୍ଧାରିତ ସମୟ କୁ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା l ସଚିବ ଙ୍କ ଗ୍ରସ୍ତ ପାଇଁ ପ୍ରଶାସନିକ ସ୍ତର ରେ ବ୍ୟାପକ ପ୍ରସ୍ତୁତି ସହ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା l ସଚିବ ଙ୍କ ଗ୍ରସ୍ତ କୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା l ତାଙ୍କୁ ସ୍ୱାଗତ୍ କରିବା ପାଇଁ ସ୍ତାନୀୟ ଲୋକ ବାଦ୍ୟ ଘୁମୁରା ଏବ୍ଂ ବଜା ସାଲ ଦ୍ଵାରା ଭବ୍ୟ ସ୍ୱାଗତ୍ କରାଯାଇଥିଲା l ୫ଟି ସଚିବ ଲଙ୍କେଶ୍ଵରୀ ମନ୍ଦିର ଠରେ ପହଞ୍ଚି ମନ୍ଦିର ର ରେ ପୂଜାର୍ଚ୍ଚନା କରିବା ସହ ଏହି ଏୈତିହାସିକ ମନ୍ଦିର ର ଉନ୍ନତି କରଣ ପାଇଁ ଅଢେଇ କୋଟି ଟଙ୍କା ଅନୁମୋଦନ କରି ଏହାର ଡାଇଗ୍ରାମ ଦେଖିଥିଲେ l

ଏହା ପରେ ସେଠାରୁ ହାଇ ସ୍କୁଲ ଖେଳ ପଡିଆ ଠାରେ ଯାଇ ସେଠାରେ ଲୋକଙ୍କ ସହିତ ଆଲୋଚନା କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ପ୍ରତିଶୃତି ଦେଇ ଥିଲେ l ଏଥି ସହତି ବିଭିନ୍ନ ସଂଘଠନ ତରଫରୁ ଦିଆ ଯାଇଥିବା ଦାବି ପତ୍ର କୁ ଗ୍ରହଣ କରିଥିଲେ l ଏହା ପରେ ସ୍ତାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ପରିଦର୍ଶନ କରି ଚାଲି ଥିବା ଉନ୍ନତି କରଣ ଅନୁଧ୍ୟାନ କରି ଥିଲେ ଏବଂ ପୁଅ ଝିଅ କ୍ରୀଡା ବିତ ମାନଙ୍କୁ ଭେଟି ଉତ୍ସାହିତ କରିଥିଲେ l ଏଥି ସହ ଏହାର ଉନ୍ନତି କରଣ ପାଇଁ ଆବଶ୍ୟକ ଫଣ୍ଡ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରି ବ୍ୟବସ୍ତା କରିବା ପ୍ରତିଶୃତି ଦେଇଥିଲେ l ସଚିବ ଙ୍କ କାର୍ଯ୍ୟକ୍ରମ ରେ ସ୍ପୋର୍ଟ୍ସ ସଚିବ ଭିନିଲ କ୍ରିଷ୍ଣା ଓ କଳାହାଣ୍ଡି ଜିଲ୍ଲା ପାଲ୍ ପି ଅନ୍ଵେଷl ରେଡୀ ଉପସ୍ଥିତ ରହିଥିଲେ l ୫ଟି ସଚିବ ଙ୍କ ସହିତ ଏହି ସବୁ କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଲ ରୁ ପ୍ରାୟ ଦଶ ହଜାର ଜନସାଧାରଣ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟl ଉପସ୍ଥିତ ରହିଥିଲେ l ଏପରିକି ବେରିକେଡ଼ ମଧ୍ୟରୁ ଲୋକଙ୍କ ସହ ସଚିବ ହାତ ମିଳେଇ ନିଜର ଆନ୍ତରିକତା ପ୍ରକାଶ କରିଥିଲେ l ଏହି କାର୍ଯ୍ୟ କ୍ରମ ପାଇଁ ଜୁନାଗଡ ବିଧାୟକ୍ ଦିବ୍ୟ ଶଙ୍କର ମିଶ୍ର ଓ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ୍ ପ୍ରଣବ ପ୍ରକାଶ ଦାସ ସଫଳ କରିବା ପାଇଁ ପୂର୍ବ ରୁ ଅନୁଧ୍ୟାନ କରିଥିଲେ l ସେହି ପରି ଉପଜିଲ୍ଲାପାଳ ବେଦ ଭୂଷଣ, ଉପଖଣ୍ଡ ପୋଲିସ୍ ଅଧିକାରୀ ଧିରଜ କୁମାର ଚୋପଦାର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର, ଏନ୍ ଏ ସି ଅଧକ୍ଷ ମୁକେଶ ଅଗ୍ରୱାଲ, ଏନ୍ ଏ ସି ଉପାଧକ୍ଷl ହିଁ ମାଦ୍ରୀ ନାଏକ ପ୍ରମୂଖ ଉପସ୍ଥିତ ରହିଥିଲେ l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l