ଶିକ୍ଷା ସହିତ ଆଧ୍ୟାତ୍ମିକତାର ସଂଯୋଗ ହିଁ ଦେଶ ବିକାଶର ମନ୍ତ୍ର ,ପାଳିଆବିନ୍ଧା ବିଏନ୍‌ଏମ୍‌ଏର ବାର୍ଷିକ ଉତ୍ସବ।

129

କଟକ (ଉତ୍କଳ ନ୍ୟୁଜ ) ୧୯-୦୫-୨୦୨୩: ଭାରତୀୟ ଦର୍ଶନ ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଆସିଛି । ସଂପ୍ରତି ଅର୍ଥନୈତିକ ବିକାଶ ଉପରେ ଆମ ଶିକ୍ଷାପଦ୍ଧତି ବିଶେଷ ଧ୍ୟାନ ଦେଉଥିବା ହେତୁ ଭାରତର ଯଥାର୍ଥ ବିକାଶ ସମ୍ଭବ ହୋଇପାରୁନି । ଯେପର୍ଯ୍ୟନ୍ତ ବୈଷୟିକ ଶିକ୍ଷା ସହିତ ଅଧ୍ୟାତ୍ମିକତାର ସଂଯୋଗ ନହୋଇଛି, ସେପର୍ଯ୍ୟନ୍ତ ଆମ ସାମାଜିକ ଜୀବନଧାରା ଓ ଦେଶଜାତିର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ ନାହିଁ ବୋଲି ଗୁରୁବାର ପୂର୍ବାହ୍ଣରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଂଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ଅତିଥି ମତବ୍ୟକ୍ତ କରିଛନ୍ତି । କଲେଜର ଛାତ୍ରସଂସଦ, ସାଂସ୍କୃତିକ ସଂସଦ ଓ ନାଟ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବକୁ ମୁଖ୍ୟ ଅତିଥି ରୂପେ ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ହରିଦ୍ୱାର ଗାୟତ୍ରୀ ପରିବାରର ସଂସ୍ଥାପକ ଆଚାର୍ଯ୍ୟ ହେମନ୍ତ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଚେତନାର ବିକାଶ ପାଇଁ ମାର୍ଗଦର୍ଶନ କରିଥିଲେ । ବରେଣ୍ୟ ଅତିଥି ରୂପେ ମହାବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ବସନ୍ତ କୁମାର ନାୟକ, ସମ୍ମାନିତ ବକ୍ତା ଭାବେ ଅଧ୍ୟାତ୍ମିକ ପ୍ରବକ୍ତା ପଦ୍ମଲୋଚନ ସାମଲ, ସଂଗୀତ ସାଧିକା ଶାନ୍ତିଲତା ଦୀକ୍ଷିତ ଓ ସମ୍ମାନିତ ଅତିଥି ଭାବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲ୍ଲା ପରିଷଦ ସଦସ୍ୟା ରୁଜାତା ପଣ୍ଡା ଓ ସ୍ଥାନୀୟ ସରପଞ୍ଚ ଯଶୋଦା ମଲ୍ଲିକ୍ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ କଲେଜର ପ୍ରାଚୀରପତ୍ର ‘ତାରୁଣ୍ୟ’କୁ ଉନ୍ମୋଚନ କରିବା ସହ ପ୍ରତିଷ୍ଠାତା ଅର୍ଜ୍ଜୁନ ଚରଣ ବଳଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଛାତ୍ରସଂସଦର ଉପଦେଷ୍ଟା ଅଧ୍ୟାପକ ସରୋଜ କୁମାର ମହାପାତ୍ର ବିବରଣୀ ପାଠ କରିଥିବା ବେଳେ ନାଟ୍ୟସଂସଦର ଉପସଭାପତି ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍ ସ୍ୱାଗତ ଭାଷଣ ଓ ସାଂସ୍କୃତିକ ସଂସଦର ଉପସଭାପତି ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଡକ୍ଟର ସୁଜାତାରାଣୀ ଗିରି ବେଦପାଠ କରିଥିବା ବେଳେ ଅନ୍ୟତମ ଉପସଭାପତି ଅଧ୍ୟାପକ ସୁଧାଂଶୁ ଶେଖର ପଣ୍ଡା ଓ ଅଧ୍ୟାପିକା ଅନୀତା ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡେମୋନଷ୍ଟ୍ରେଟର ସ୍ୱପ୍ନା ରାୟଙ୍କ ତତ୍ୱ୍ୱାବଧାନରେ ଛାତ୍ରୀ ଅନନ୍ୟା ବେହେରା, ପ୍ରିୟଦର୍ଶନୀ ନାୟକ, ସୁସ୍ମିତା ବେହେରା, ଜ୍ୟୋତିପ୍ରଭା ଜେନା, ବନ୍ଦେବିଶ୍ୱେଶ୍ୱରୀ ଦାସ, ଶୁଭଶ୍ରୀ ସେଠୀ ଅର୍ପିତା ପାଣିଗ୍ରାହୀ ପ୍ରାରମ୍ଭିକ ସଂଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ତପନ କୁମାର ନାୟକ, ଡକ୍ଟର ଚିନ୍ମୟୀ ସେନାପତି, ଭାଗିରଥୀ ଜେନା, ଡିଇଓ ଚିତ୍ତରଞ୍ଜନ ନାୟକ, ହସାବରକ୍ଷକ ଭରତ ପାତ୍ର, ବୁଦ୍ଧିରାମ ମୁଦୁଲି, ଦୀପକ କୁମାର ମହାପାତ୍ର, ସୁରକ୍ଷାକର୍ମୀ ରଞ୍ଜନ ଗରି ପ୍ରମୁଖ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ । ନାଟ୍ୟସଂସଦର ଅନ୍ୟତମ ଉପସଭାପତି ଡକ୍ଟର ସାଣ୍ଡ୍ରା ରୋଜାରିଓ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।