ନୂତନ ବ୍ଲକ ଶିକ୍ଷାଧିକାରୀଭାବେ ଜଗବନ୍ଧୁ ସାହୁଙ୍କ ଅତିରିକ୍ତ ଦାୟୀତ୍ୱ ଗ୍ରହଣ |

313

କଟକ(ଉତ୍କଳ ନିଉଜ)୧୮/୦୫/୨୦୨୩ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଶିକ୍ଷାଧିକାରୀଭାବେ ଜଗବନ୍ଧୁ ସାହୁ ଅତିରିକ୍ତ ଦାୟୀତ୍ୱ ଗ୍ରହଣ କରିଛନ୍ତି । ସଂପ୍ରତି ଶ୍ରୀ ସାହୁ ବାସୁଦେବପୁର ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ତିହିଡ଼ି ବ୍ଲକରେ ଦାୟୀତ୍ୱ ନେବା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଯୋଗଦାନ ପରେ ତିହିଡ଼ି ବ୍ଲକ ଶିକ୍ଷା ବିଭାଗକୁ ସୁଧାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ତିହିଡ଼ି ବ୍ଲକ ଶାଖାର ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ର ସଭାପତି ପରମେଶ୍ୱର ମଳିକ, ସମ୍ପାଦକ ପ୍ରଭାସ କୁମାର ପଣ୍ଡା, ମୁଖପାତ୍ର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶକ୍ଷୟିତ୍ରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବାନନ୍ଦ ବିଶ୍ୱାଳ, ଶରତ ଜେନା, ଜ୍ଞାନରଂଜନ ନାୟକ, ଆନନ୍ଦ ଦାସ, ସୁଧିର ପାଢ଼ୀ, ଅଜୟ ନାୟକ, ଆଲୋକ ମଲିକ, ଚନ୍ଦ୍ରଶେଖର ମୁଦୁଲି, ନବୀନ ଭୋଇ, ରତ୍ନାକର ବାରିକ, ମାନସ ସେଠୀ, ରାମପ୍ରସାଦ ବାରିକ, ଗୋପକୃଷ୍ଣ ମହାନ୍ତି, ସଂଜୀବ ମହାନ୍ତି, ଶରତ ପାଣିଗ୍ରାହୀ, ଦିଲିପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |